Monday , December 6 2021
Breaking News
Home / ବିଶେଷ / ପାର୍ବଣ ମାର୍ଗଦର୍ଶିକା ରେ ଉଲ୍ଲିଖିତ ସର୍ତ୍ତାବଳିକୁ ବିରୋଧ

ପାର୍ବଣ ମାର୍ଗଦର୍ଶିକା ରେ ଉଲ୍ଲିଖିତ ସର୍ତ୍ତାବଳିକୁ ବିରୋଧ

କଟକ ,୨୭/୦୮/୨୦୨୧(ଓଡ଼ିଶା ସମାଚାର/ ଦେବଶିଷ ରଥ): ଆଜି ସିଲଭର ସିଟି କଟକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଚାଉଲିଆଗଞ୍ଜ ପୂଜା ମଣ୍ଡପ ଠାରେ ପ୍ରଶାସନ ତରଫରୁ ଜାରୀ କରାଯାଇଥିବା ପାର୍ବଣ ମାର୍ଗଦର୍ଶିକା ରେ ଉଲ୍ଲିଖିତ ସର୍ତ୍ତାବଳି ଯଥା ମୂର୍ତ୍ତି ର ଉଚ୍ଚତା ୪ ଫୁଟ ମଧ୍ୟରେ ସୀମିତ ରଖିବା, ପରଦା ମଧ୍ୟରେ ପୂଜାର୍ଚନା, ଭକ୍ତ ଙ୍କୁ ଦର୍ଶନ ବାରଣ ଆଦି କୁ ଅଯୁକ୍ତିଯୁକ୍ତ ଦର୍ଶାଇ ସହର ମଧ୍ୟରେ ଥିବା ସମସ୍ତ ପୂଜା ମଣ୍ଡପ ଗୁଡିକରେ ପୂଜା ମଣ୍ଡପ କମିଟି ସଦସ୍ୟଙ୍କ ମିଳିତ ସହଯୋଗ ରେ ଶାନ୍ତି ପୂର୍ଣ୍ଣ ପ୍ରତିବାଦ ପ୍ରାରମ୍ଭ କରାଯାଇଅଛି  । ଏହି ମାର୍ଗଦର୍ଶିକା ର ପୁନର୍ବିଚାର ତଥା ହଜାର ବର୍ଷ ରୁ ଚାଲିଆସୁଥିବା ପାର୍ବଣ ସଂସ୍କୃତି, ପରମ୍ପରା କୁ ଅକ୍ଷୁର୍ଣ୍ଣ ରଖାଯିବା ପାଇଁ ଟ୍ରଷ୍ଟ ତରଫରୁ ପ୍ରଶାସନ କୁ ନିବେଦନ କରାଯାଇଛି  । ଏଥିରେ ଟ୍ରଷ୍ଟ ତରଫରୁ ଦେବଶିଷ ସାମନ୍ତରାୟ, ରାକେଶ ପାତ୍ର, ରାଜଲକ୍ଷ୍ମୀ ମହାନ୍ତି ଉପସ୍ଥିତ ଥିଲେ  । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *