କଟକ ସଦର , ୨୭/୦୮/୨୦୨୧(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): ରାଜ୍ୟବାସୀ ଙ୍କ ଉଦେଶ୍ୟରେ ଗୁରୁତର କରୋନା ରୋଗୀଙ୍କ ଜୀଵନ ରକ୍ଷା ପାଇଁ କଟକ ଵଡ ମେଡିକାଲରେ ଶୁକ୍ରବାର ଦିନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ କରି ଏକମୋ ୟୁନିଟ୍ ଲୋକାର୍ପଣ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଅଗଷ୍ଟ ୧୫ ରେ ଉଦ୍ ଘାଟିତ ହେଵାକୁ ଥିବା ଉକ୍ତ ୟୁନିଟ କେବଳ ପ୍ରଶିକ୍ଷଣ ନେବାକୁ ଯାଇଥିବା ଟିମ୍ ଫେରିଵାକୁ ବିଳମ୍ବ ହେଵାରୁ ତାହାକୁ ଆଜି ପାଇଁ ଘୁଞ୍ଚାଇବାକୁ ପଡ଼ିଥିଲା। ମୂଖ୍ୟମନ୍ତ୍ରୀ ଵୋଷ ପରିସରରେ ଅସ୍ଥାୟୀ ହେଲିପ୍ୟାଡରୁ ଓହ୍ଲାଇ କାର୍ ଯୋଗେ ତାଳଦଣ୍ଡା କେନାଲ ଵନ୍ଧ ରାସ୍ତା ରେ ମେଡିକାଲ କୁ ଯିଵା ଵାଟରେ କେନାଲ ର ନୂଆ ସେତୂ ପାଖ ( ଆଇ ଲଭ୍ କଟକ) ଉଦ୍ୟାନ ଠାରେ କିଛି ସମୟ ଅଟକି ଏହାର ଦୃଶ୍ୟ ଉପଭୋଗ କରିଥିଲେ।ଏହି ଅବସରରେ ଉଦ୍ ଘାଟନ ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ୫ଟି ସଚିଵ ଭି କେ ପାଣ୍ଡିଆନ୍, ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଆଇନ୍ ମନ୍ତ୍ରୀ ପ୍ରତାପ
ଜେନା, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ୍ କୁମାର ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି,ସି ଏମ୍ ସି କମିଶନର ଅନନ୍ୟା ଦାସ,ଡି ଏମ୍ ଇ ଟି ପ୍ରଫେସର ଡାକ୍ତର ସିଵିକେ ମହାନ୍ତି ପ୍ରମୁଖ ଵହୁ ପଦାଧିକାରୀ ଯୋଗ ଦେଇଥିଲେ।କଟକ ଡିସିପି ପ୍ରତୀକ୍ ସିଂହଙ୍କ ନେତୃତ୍ବରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ୧୫ ପ୍ଲାଟୁନ ପୋଲିସ ଵଳ ଙ୍କୁ ମୁତୟନ କରାଯାଇଥିଲା। ମୂଖ୍ୟମନ୍ତ୍ରୀ ଙ୍କ କଟକ ଗସ୍ତକୁ ବିରୋଧ କରି କଟକ ନଗର ଵିଜେପି ସଭାପତି ଲଲାଟେନ୍ଦୁ ଵଡୁଙ୍କ ନେତୃତ୍ୱରେ ଵିଜେପି ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। ଏଥିପାଇଁ ପୋଲିସ ୫୦ ଜଣ ବିଜେପି କର୍ମୀ ଙ୍କୁ ଗୀରଫ କରିଥିବା ଜଣାପଡିଛି। ଓଡ଼ିଶା ସମାଚାର