କଟକ ସଦର , ୨୭/୦୮/୨୦୨୧(ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): ଆବଶ୍ୟକତା ଦୃଷ୍ଟିରୁ ଦୀର୍ଘ ଦିନର ଦାଵି ଫଳରେ କଟକ ସଦର ନିର୍ବାଚନମଣ୍ଡଳୀର ପ୍ରତାପନଗରୀ ଠାରୁ ଅଥଙ୍ଗା ପର୍ୟ୍ୟନ୍ତ ୧୮ କିମି ପୂର୍ତ୍ତବିଭାଗ ରାସ୍ତାର ନବୀକରଣ ଓ ଦୋହରିକରଣ ପାଇଁ ସଦର ଵିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ଉଦ୍ୟମରେ ପ୍ରସ୍ତାବ ଗୃହୀତ ହୋଇ ଥିଵାରୁ ସମଗ୍ର ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି। ପ୍ରକାଶ ଯେ ଉକ୍ତ ଗୋଟିକିଆ ରାସ୍ତା ଦିନକୁ ଦିନ ବ୍ୟସ୍ତ ବହୁଳ ହୋଇ ପଡୁଥିଲା।ଏହାକୁ ଦୃଷ୍ଟିରେ ରଖି ରାସ୍ତା ର ଦୋହରିକରଣ ପାଇଁ ଦାଵି ହେଵା ଫଳରେ ଏହାକୁ ୪୨ ମୌଜାର ସେଢୁଆ ସେତୂ ଦେଇ ସେଢୁଆ ନଦୀ ଵନ୍ଧ ରାସ୍ତା ଦେଇ କାଠଯୋଡି ନଦୀ ଵନ୍ଧର କାଠଯୋଡି ସେତୂ ର ଅଥଙ୍ଗା ପର୍ୟ୍ୟନ୍ତ ଦୋହରିକରଣ (ଦୁଇ ଲେନ୍) ୨.୫ ମିଟର ଚଉଡା ହେଵ ଵୋଲି ଜଣାଯାଇଛି। ଏଥିପାଇଁ ସଂପୃକ୍ତ ବିଭାଗ ପକ୍ଷରୁ ୧୦ କୋଟି ୨୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଚିଠା ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ଅର୍ଥ ମଞ୍ଜୁର ହେଲେ ଆସନ୍ତା ୨୦୨୧-୨୨ ଆର୍ଥିକ ବର୍ଷ ମଧ୍ୟରେ କାର୍ୟ୍ୟ ଆରମ୍ଭ କରାଯିଵ ଵୋଲି ଓଏମପି ଛକରେ ଥିବା ପୂର୍ତଵିଭାଗ ବିଭାଜନ- ୨ ପକ୍ଷରୁ ଜଣାଯାଇଛି। ରାସ୍ତାର ଦୋହରିକରଣ ହେଲେ କେତେକ ସ୍ଥିତିବାନ ଘର ଉଛେଦ ହେଵାକୁ ଥିଵାରୁ ଅସନ୍ତୋଷ ଦେଖା ଦେଇଥିବାବେଳେ ଗମନାଗମନର ଵୃହତର ସ୍ୱ।ର୍ଥ ଦୃଷ୍ଟିରୁ ଏହାକୁ ସ୍ୱ।ଗତ କରାଯିବା ସହିତ ବିଧାୟକଙ୍କୁ ଜନସାଧାରଣଙ୍କ ପକ୍ଷରୁ ସାଧୁବାଦ ଜଣାଯାଇଛି। ରାସ୍ତା ସଂପୂର୍ଣ୍ଣ ହେଲେ ଜଗତସିଂହପୁର ପୁର ଲୋକଙ୍କ ସହିତ ୪୩ ମୌଜା ଓ କନ୍ଦରପୁର ଅଞ୍ଚଳର ଲୋକଙ୍କର ଭୂଵନେଶ୍ୱରକୁ ଗମନାଗମନ ପାଇଁ ଦୂରତା ହ୍ରାସ ପାଇଵ। ଓଡ଼ିଶା ସମାଚାର