ନିରାକାରପୁର,୨୬/୦୮/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ହଜ ବଜାରରୁ ଗତକାଲି ବଜାର କମିଟି ସଦସ୍ୟମାନେ ଜଣେ ଗାଡ଼ି ଚୋରକୁ ଧରି ପୋଲିସ ଜିମା ଦେଇଛନ୍ତି । ତାଠାରୁ ଗୋଟିଏ ପଲସର ଗାଡ଼ି ଓ ଏକ ଭୁଜାଲି, ଲୁହାରଡ଼ ଜବତ କରାଯାଇଛି । ସୂଚନାଯୋଗ୍ୟ କି ବାରମ୍ବାର ଚୋରୀ ଡ଼କାୟତି ହେଉଥିବାରୁ ହଜ ବଜାର କମିଟି ପାଳି କରି ରାତିରେ ବଜାରରେ ଜଗୁଥିବାବେଳେ ଗତକାଲି ରାତିରେ ୩ଜଣ ଯୁବକ ଏକ ପଲସର ଆଉ ଏକ ଗାଡ଼ିରେ ଏଠାକୁ ଆସିଥିଲେ । ଜଗିଥିବା କମିଟି ଲୋକଙ୍କର ସନ୍ଦେହ ହେବାରୁ ସେମାନଙ୍କୁ ଅଟକାଇ ପଚରାଉଚରା କରିବାବେଳେ ସେଥିରୁ ୨ଜଣ ଗାଡ଼ି ନେଇ ଫେରାର ହୋଇଯାଇଥିଲେ । ଜଣେ ଚୋର ଜାମୁସାହିର ସୁନିଲ ଜେନା (୨୮)କୁ କମିଟି ଲୋକ ଧରିଥିବାବେଳେ ତା ଠାରୁ ଏକ ପଲସର ନଂ ଓଡ଼ି୩୩ଏମ ୫୫୩୬ ଓ ଏକ ଲୁହା ରଡ଼ ,ଭୁଜାଲି ଜବତ କରାଯାଇଥିଲା । ପରେ ସିକୋ ଫାଣ୍ଡି ପୋଲିସଙ୍କୁ ଚୋରକୁ ହସ୍ତାନ୍ତର କରାଯାଇଥିଲା । ପୋଲିସ ଜାଣିବାକୁ ପାଇଥିଲା କି ଏହି ଗାଡ଼ିଟି ଏକ ଚୋରା ଗାଡ଼ି । ଚାନ୍ଦପୁର ଥାନାରେ ଏ ନେଇ ଗତକାଲି ଏକ ରିପୋର୍ଟ ହୋଇଛି । ଗାଡ଼ିଟି ଝାଡ଼ପଡ଼ା ଗ୍ରାମରୁ ଚୋରୀ ହୋଇଛି । ସୁନିଲକୁ ଚାନ୍ଦପୁର ଥାନାକୁ ହସ୍ତାନ୍ତର କରାଯାଇଥିବା କଥା ଜଣାପଡ଼ିଛି । ଓଡ଼ିଶା ସମାଚାର