ନିରାକାରପୁର,୨୬/୦୮/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନୂଆଗଡ଼ ପଂଚାୟତ ମୂଳିଗଡ଼ଝରସ୍ଥିତ ପ୍ରସିଦ୍ଧ ମା ଉଗ୍ରତାରାଙ୍କର ହୁଣ୍ଡିକୁ ଜିଲ୍ଲା ପ୍ରଶାସନର ଉପସ୍ଥିତରେ ଖୋଲା ଯାଇଥିଲା । ଖୋର୍ଦ୍ଧା ଉପଜିଲ୍ଲାପାଳ ତଥା ଉଗ୍ରତାରା ମନ୍ଦିର କମିଟି ସଭାପତି ଆଇ ଗୈାରବ ଶିବାଜୀ , ଟାଙ୍ଗୀ ତହସିଲଦାର ତଥା ମନ୍ଦିର ପରିଚାଳନା କମିଟି ସଂପାଦକ ସ୍ମୃତିରଞ୍ଜନ ଶତପଥୀ ଓ ଟାଙ୍ଗୀ ବିଡ଼ିଓ ତଥା ମନ୍ଦିର ପରିଚାଳନା କମିଟି କୋଷାଧ୍ୟକ୍ଷ ଏ÷ଶ୍ୱର୍ଯ୍ୟା ସାମନ୍ତରାୟ ପ୍ରମୁଖଙ୍କ ଉପସ୍ଥିତରେ ମନ୍ଦିର ହୁଣ୍ଡି ଖୋଲା ଯାଇଥିଲା । ଶ୍ରଦ୍ଧାଳୁଙ୍କ ଦାନକୁ ଗଣତି କରିବାକୁ ଟାଙ୍ଗୀ ବ୍ଲକ ମୁଖ୍ୟ କିରାଣୀ ଜିତେନ୍ଦ୍ର କୁମାର ମିଶ୍ର, ନିତ୍ୟାନନ୍ଦ ବେହେରା,ଟାଙ୍ଗୀ ତହସିଲ ଭାରପ୍ରାପ୍ତ ମୁଖ୍ୟ କିରାଣୀ ଦିଗନ୍ତ କୁମାର ସେଠୀ, ରାଜସ୍ୱ ନୀରିକ୍ଷକ ଅଶ୍ୱନୀ କୁମାର ଚୌଧୁରୀ, କୈଳାସ ଚନ୍ଦ୍ର ଦଳେଇ, ଗଦାଧର ବେହେରା ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ଥିଲେ । ସମୁଦାୟ ୫ଲକ୍ଷ ୩୨ ହଜାର ୯୧୦ ଟଙ୍କା ହୁଣ୍ଡିରୁ ଦାନ ସୂତ୍ରରେ ମିଳିଥିଲା । ଏହି ଦାନ ଅର୍ଥକୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଧେଶରେ ଠାକୁରାଣୀଙ୍କର ବ୍ୟାଙ୍କ ଆକାଉ ଥିବା ସିଙ୍ଗପୁର ବ୍ୟାଙ୍କ ଅଫ ଇଣ୍ଡିଆରେ ଜମା କରାଯାଇଛି । ପ୍ରକାଶ ଥାଉ କି ଗତ ଫେବୃଆରୀ ମାସରେ ହୁଣ୍ଡି ଖୋଲା ଯାଇଥିବାବେଳେ ପୁନର୍ବର୍ାର ୬ମାସ ପରେ ହୁଣ୍ଡିକୁ ଖୋଲାଯାଇଛି । ଓଡ଼ିଶା ସମାଚାର