ସାଲେପୁର, ୨୬/୦୮/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )- ଅହେତୁକ ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ସାଲେପୁର ବିଦ୍ୟୁତ ଡିଭିଜନ କାର୍ୟ୍ୟଳୟ ସମ୍ମୁଖରେ ବିଦ୍ୟୁତ୍ ଉପଭୋକ୍ତା ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭପ୍ରଦର୍ଶନ କରାଯାଇଛି। ସରକାର ବିଦ୍ୟୁତ୍ ବିଭାଗ କୁ ଟାଟା ପାୱାର ହାତରେ ଟେକି ଦେଇଛନ୍ତି , ଯାହା ଫଳରେ ଟାଟା କମ୍ପାନୀ ପକ୍ଷରୁ ମନଇଛା ବିଦ୍ୟୁତ ଶୁଳ୍କ ବାରମ୍ବାର ବୃଦ୍ଧି ହେଉଛି। ସାଧାରଣ ଲୋକେ ମହାମାରୀ କୋରନା ସମୟରେ ବର୍ଦ୍ଧିତ ଶୁକ୍ଳ ଦେବାରେ ହଇରାଣ ହେଉଛନ୍ତି। ଏଥି ସହ ବାରମ୍ବାର ଅହେତୁକ ବିଜୁଳି କାଟ, ବିଦ୍ୟୁତ୍ ର ବିଭିନ୍ନ ସମସ୍ୟା କୁ ନେଇ ସାଲେପୁର ବିଦ୍ୟୁତ୍ କାର୍ୟ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଦ୍ୟୁତ୍ ବିଭାଗ ଏସ ଡି ଓ ଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଯଦି ଆଗମୀ ଦିନରେ ସରକାର ଦାବିଗୁଡିକ ପୂରଣ ନ କରନ୍ତି ତା ହେଲେ ଆଗମୀ ଦିନରେ ପୁନର୍ବାର ଆନ୍ଦୋଳନ ହେବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ଓଡ଼ିଶା ସମାଚାର