Wednesday , October 4 2023
Breaking News
Home / ବିଶେଷ / ପାରାଦୀପ ସହର ରାଜରାସ୍ତା ଏବେ ବୁଲା ଗୋରୁ ଷଣ୍ଢ ଙ୍କ କବ୍ଜାରେ – ନିଦ୍ରାରେ ପୌର ପ୍ରଶାସନ

ପାରାଦୀପ ସହର ରାଜରାସ୍ତା ଏବେ ବୁଲା ଗୋରୁ ଷଣ୍ଢ ଙ୍କ କବ୍ଜାରେ – ନିଦ୍ରାରେ ପୌର ପ୍ରଶାସନ

ପାରାଦୀପ ୨୬/୦୮/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ବନ୍ଦର ସହର ର ରାଜରାସ୍ତା ଏବେ ବୁଲା ଷଣ୍ଢ ଙ୍କ ପ୍ରାଦୁର୍ଭାବ ବଢିବା ରେ ଲାଗିଛି । ରାସ୍ତା ରେ ଗାଡି ନେଇ ଯିବାକୁ ଲୋକମାନେ ନିଜ କୁ ନିରାପଦ ମନେ କରୁନାହାନ୍ତି । ଯେତେବେଳେ ରାସ୍ତା ରେ ଷଣ୍ଢ ଲଢେଇ ଆରମ୍ଭ ହେଉଛି ଲୋକମାନେ ଜୀବନ ବିକଳ ରେ ଗାଡି ଧରି ଯିଏ ଯୁଆଡେ ପାରିଲା ଦୌଡି ପଲଉଥିବା ଦେଖିବାକୁ ମିଳୁଛି । ଘଟଣାକ୍ରମ ରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଗୁରୁବାର ଦିନ ସକାଳେ । ପାରାଦୀପ ବଡପଡିଆ ଥାନା ସମ୍ମୁଖ ରେ ଦୁଇ ଗୋଟି ଷଣ୍ଢଙ୍କ ମଧ୍ୟ ରେ ଆରମ୍ଭ ହୋଇଥିଲା ଲଢେଇ । ଲୋକମାନେ ଆଉ ସେ ରାସ୍ତା ରେ ନ ଯାଇ ବାଟ କାଟି ଅନ୍ୟ ଦିଗ ରେ ପଳେଇ ଯାଉଥିବା ଦେଖିବାକୁ ମିଳିଥିଲା । ଅନେକ ସମୟ ରେ ଷଣ୍ଡଙ୍କ ଲଢେଇ ରେ ବହୁ ଧନଜୀବନ ହାନୀ ହୋଇଥିବା ସୂଚନା ମିଳିଛି । ପାରାଦୀପ ରାସ୍ତା ରେ ପଲପଲ ଗାଈ ଗୋରୁ ବୁଲୁଥିବା ବେଳେ ପୌରପାଳିକା ସେମାନଙ୍କୁ ନେଇ କାଂଜିଆ ହୋଦା ରେ ଛାଡିବାକୁ ନିଜର ଦାୟିତ୍ୱ ବୋଲି ଭାବୁନାହାନ୍ତିଁ । କାଂଜିଆ ହୋଦା ପରିଚାଳନା ପାଇଁ ପୌରପାଳିକା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ରାସ୍ତା ରେ ବୁଲା ଗାଈ ଗୋରୁଙ୍କୁ ଦେଖିବାକୁ ମିଳୁଛି । ରାସ୍ତା ଉପ ରେ ସୋଇ ରହୁଥିବା ଗାଈଗୋରୁଙ୍କୁ ତଡିବାକୁ କେହି ନାହିଁ । ତେବେ କାଂଜିଆ ହୋଦା ପରିଚାଳନା ପାଇଁ ପୌରପାଳିକା ଖର୍ଚ୍ଚ ହେଉଥିବା ଲକ୍ଷ ଲକ୍ଷ ଟଙ୍କା କିପରି ଖର୍ଚ୍ଚ ହେଉଛି ସେ ନେଇ ସାଧାରଣ ରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଠିକାଦାରଙ୍କୁ କାଂଜିଆ ହୋଦା ପରିଚାଳନା ପାଇଁ ପୌରପାଳିକା ଲକ୍ଷ ଲକ୍ଷ ଟଙ୍କା ଦେଉଥିବା ବେଳେ କିପରି ଭାବେ ତାହା ଅର୍ଥ ଅପବ୍ୟୟ ହେଉଛି ତାହାର ତଦନ୍ତ ହେବା ଅବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଲେଣି । ସରକାର କା ମାଲ୍ ଦରିୟାମେ ଡାଲ୍ ଭଳି ସରକାରୀ ଅର୍ଥ ତଥା ଜନସାଧାରଣଙ୍କ ଠାରୁ ଆଦାୟ ହେଉଥିବା ଅର୍ଥ ଲୋକମାନଙ୍କ କଲ୍ୟାଣ ପାଇଁ ନା ଠିକାଦାରଙ୍କ ପୋଷଣ ପାଇଁ ? ଅଠରବାଙ୍କୀ ଠାରୁ ପିପିଏଲ୍ ଛକ ପର୍ଯ୍ୟନ୍ତ ରାସ୍ତା ସବୁବେଳେ ବ୍ୟସ୍ତ ବହୁଳ ଥାଏ । କାରଣ ଏହି ରାସ୍ତା ରେ ହଜାର ହଜାର ସଂଖ୍ୟା ରେ ଗାଡି ମଟର ଚଳାଚଳ ହୋଇଥାଏ । ଏଠା ରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳୁଛି । ପାରାଦୀପ ପୌରାଂଚଳ ର ସମସ୍ତ ରାସ୍ତା ରେ ଏଭଳି ସ୍ଥିତି ନିତିଦିନିଆ ଘଟଣା ହୋଇଗଲାଣି । ପୌରକର୍ତୃପକ୍ଷ ଏହା କୁ ଦେଖି ଅଣଦେଖା କରିଚାଲିଛନ୍ତି ରାସ୍ତା ଉପରୁ ବୁଲା ଗୋରୁଙ୍କୁ କାଂଜିଆ ହୋଦା ନେବା ପାଇଁ ପୌରପାଳିକା ର ଏକ ନିଜସ୍ୱ ଗାଡି ରହିଛି । ପୂର୍ବ ରୁ ଏହି ଗାଡି ରେ ବୁଲା ଗୋରୁମାନଙ୍କୁ କାଂଜିଆ ହୋଦା କୁ ନିଆଯାଉଥିଲା । ହେଲେ ଏହି ଗାଡି ଆଉ ସହର ରେ ବୁଲୁନାହିଁ କି ବୁଲା ଗୋରୁଙ୍କୁ ରାସ୍ତା ରୁ ହଟାଯାଉନାହିଁ । ଯାହା ଫଳ ରେ ପାରାଦୀପ ସହର ର ରାସ୍ତା ଏବେ ବୁଲା ଗାଈଗୋରୁ ଙ୍କ ଦଖଲ ରେ । ପାରାଦୀପ ରାସ୍ତା ରୁ ଗାଈଗୋରୁ ଓ ବୁଲା ଷଣ୍ଢ ଙ୍କୁ ହଟାଇବାକୁ ସାଧାରଣ ରେ ଦାବି ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *