ପାରାଦୀପ ୨୬/୦୮/୨୦୨୧(ଓଡ଼ିଶା ସମାଚାର)-ଦୀର୍ଘ ଦିନ ର ବ୍ୟବଧାନ ପରେ ପାରାଦୀପ ସହର ରେ ଗାଡି ବ୍ୟାଟେରୀ ଚୋର ପୁଣି ସକ୍ରିୟ ହେଲେଣି । ପାରାଦୀପ ର ଅଠରବାଙ୍କୀ, ଟର୍ମିନାଲ ଛକ, ସବ୍ଷ୍ଟେସନ୍ ଛକ ଆଦି ସ୍ଥାନ ମାନଙ୍କରୁ ବିଳମ୍ବିତ ରାତି ରେ ବ୍ୟାଟେରୀ ଲୁଟେରାମାନେ ଟ୍ରକ୍, ହାଇୱା ଗାଡିମାନଙ୍କରୁ ବ୍ୟାଟେରୀ ସମେତ ଗାଡି ମାନଙ୍କରୁ ବହୁ ମୂଲ୍ୟବାନ ଯନ୍ତ୍ରାଂଶ ଚୋରୀ ହେଉଥିବା ନେଇ ଅଭିଯୋଗ ହୋଇଛି । ପାରାଦୀପ ତାରିଣୀଗଡା ଅଂଚଳ ରେ ରହି ଗାଡି ବ୍ୟବସାୟ କରୁଥିବା ରତ୍ନାକର ଜେନାଙ୍କର ଗାଡିରୁ ପୂର୍ବରୁ ବ୍ୟାଟେରୀ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରୀ ହୋଇଥିଲା । ଏ ସଂପର୍କ ରେ ଶ୍ରୀ ଜେନା ପାରାଦୀପ ଆଦର୍ଶ ଥାନା ରେ ଅଭିଯୋଗ କରିଥିଲେ । ଏହି ଘଟଣା କିଛି ଦିନ ପରେ ଗତ୨୩ ତାରିଖ ଦିନ ପାରାଦୀପ ଟର୍ମିନାଲ ଛକ ନିକଟରେ ତାଙ୍କ ଗାଡି ଠିଆ ହୋଇଥିଲା । ବିଳମ୍ବିତ ରାତି ରେ ତାଙ୍କ ଗାଡି ରୁ ବ୍ୟାଟେରୀ ଆଦି ଚୋରୀ ହୋଇଥିବା ନେଇ ସେ ପୁନର୍ବାର ପାରାଦୀପ ଆଦର୍ଶ ଥାନା ରେ ଅଭିଯୋଗ କରିଛନ୍ତି । ଲୁହା ପଥର ପରିବହନ ରେ ମାନ୍ଦାବସ୍ଥା ଚାଲିଥିବା ବେଳେ ଗାଡି ମାଲିକ ମାନେ ଗାଡି ଚଳେଇବାକୁ ଅସମର୍ଥ । ଏହିଭଳି ସମୟ ରେ ଗାଡିରୁ ଯନ୍ତ୍ରାଂଶ ଚୋରୀ ହେବା ମାଲିକମାନଙ୍କୁ ବେଢି ଉପରେ କୋରଡା ସଦୃଶ୍ୟ ବୋଲି ଶ୍ରୀ ଜେନା କହିଛନ୍ତି । ପୋଲିସ୍ ର ପ୍ୟାଟ୍ରୋଲିଂ ଜୋରଦାର ହେଲେ ଚୋରମାନଙ୍କ ଦାଉରୁ ଗାଡି ରକ୍ଷା ହୋଇପାରନ୍ତା ବୋଲି ସେ କହିଛନ୍ତି । ଓଡ଼ିଶା ସମାଚାର