ନିରାକାରପୁର,୨୬/୦୮/୨୦୨୧(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଗ୍ରାମର ଦୋଳ ପଡ଼ିଆକୁ ଜବରଦଖଲକାରୀ ନିଜ ଦଖଲରେ ରଖି ବ୍ୟବହାର କରୁଥିବା ଦୋଳଯାତ୍ରା କରିବାରେ ଅସୁବିଧା ହେଉଥିବା ଦର୍ଶାଇ ବହୁ ସଂଖ୍ୟକ ଗ୍ରାମବାସୀ ସିକୋ ଫାଣ୍ଡି ଆଗରେ ବୁଧବାର ଦିନ ଧାରଣାରେ ବସିଥିଲେ । ସେମାନେ ମହାତ୍ମାଗାନ୍ଧୀଙ୍କ ଫଟୋ ରଖି ସକାଳ ୯ଟାରୁ ଧାରଣା ଦେଇଥିବାବେଳେ ପୂର୍ବରୁ ସେ ଜିଲ୍ଲା ପ୍ରଶାସନକୁ ଏହି ଅଭିଯୋଗପତ୍ର ପ୍ରଦାନ କରିଥିଲେ । ଦୀର୍ଘ ସମୟ ବସି ରହିବା ପରେ ଘଟଣାସ୍ଥଳକୁ ବେଗୁନିଆ ଅତିରିକ୍ତ ତହସିଲଦାର ପୀତବାସ ଆଚାର୍ଯ୍ୟ ପହଂଚି ଜବରଦଖଲକୁ ଉଛେଦ କରିବାର ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ସାଢେ ୪ଟାବେଳେ ଧାରଣା ପ୍ରତ୍ୟାହୃତ ହୋଇଥିଲା ବୋଲି ସିକୋ ଫାଣ୍ଡି ଅଧିକାରୀ ଶଙ୍କର୍ଷଣ ଆଇଚ ଠାରୁ ଜଣାପଡ଼ିଛି । ଓଡ଼ିଶା ସମାଚାର