Monday , December 6 2021
Breaking News
Home / ବିଶେଷ / ଦୃଷ୍ଟିବାଧିତ ଛାତ୍ରଙ୍କୁ ମାଗଣା ଲାପଟପ ବଂଟନ

ଦୃଷ୍ଟିବାଧିତ ଛାତ୍ରଙ୍କୁ ମାଗଣା ଲାପଟପ ବଂଟନ

କେନ୍ଦ୍ରାପଡ଼ା, ୨୬/୦୮/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ୩ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ ବଂଟନ କରାଯାଇଛି । ସରକାରଙ୍କ ନିୟମ ଅନୁଯାଇ +୨ରୁ ଅଧିକ ଶିକ୍ଷା ଗ୍ରହଣ କରୁଥିବା ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ ବା କ୍ଷଣଶକ୍ତି ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନେ ବିଭାଗର ଅନଲାଇନ ପୋଟାଲ ରେ ଆବଶ୍ୟକ କାଗଜାଦ ସହ ଦରଖାସ୍ତ କଲେ ସଂପୃକ୍ତ ଶିକ୍ଷାନୁଷ୍ଠାନ ଏହାକୁ ପ୍ରମାଣିତ କରିଥାଏ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସେହି ଦରଖାସ୍ତର ତଦନ୍ତ କରି ଜିଲ୍ଲାପାଳଙ୍କ ସ୍ୱାକ୍ଷରରେ ବିଭାଗକୁ ମାଗଣା ଲାପଟପ ପାଇବା ପାଇଁ ସୁପାରିଶ କରିଥାନ୍ତି । ବିଭାଗ ପକ୍ଷରୁ ଲାପଟପ କିଣାଯାଇ ସଂପୃକ୍ତ ଜିଲ୍ଲା ପ୍ରଶାସନ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଇଥାଏ । ଗୁରୁବାର ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟରେ ଜିଲ୍ଲାର ୩ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏହି ଲାପଟପ ପ୍ରଦାନ କରିଛନ୍ତି । ସେମାନେ ହେଉଛନ୍ତି ଭଞ୍ଜ କିଶୋର ମହାରଣା, ପଲ୍ଲବୀ ପଟ୍ଟନାୟକ ଓ ମାଷ୍ଟର ତନ୍ମୟ ରାଉତ । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ନିରଞ୍ଜନ ବେହେରା ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *