Wednesday , December 8 2021
Home / ବିଶେଷ / ଦୁଇମାସ ପରେ ଚୋରା ମଦ ଜବତ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ

ଦୁଇମାସ ପରେ ଚୋରା ମଦ ଜବତ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ

ନିରାକାରପୁର, ୨୬/୦୮/୨୦୨୧(ଓଡ଼ିଶା ସମାଚାର)-ଗତ ଜୁନ ମାସ ୨୨ ତରିଖରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପୋଲିସ ଚଢାଉ କରି ୫୧୬ ମଦ ବୋତଲ ଅର୍ଥାତ ୧୩୦ ଲିଟର ଦେଶୀ ଓ ବିଦେଶୀ ଚୋରା ମଦ ଜବତ କରିବା ସହ ଏକ କାର ଜବତ କରିଥିଲା । କିନ୍ତୁ ଗାଡ଼ିରେ ଥିବା ଦୁଇ ଆସାମୀ ଖସି ଯିବାରେ ସଫଳ ହୋଇଛନ୍ତି । ପୋଲିସ ସେମାନଙ୍କୁ ଗିରଫ କରିବାକୁ ଚେଷ୍ଟା ଜାରି ରଖିଥିଲା । ଆଜି ପୁରୀ ଜିଲ୍ଲା ଗଡ଼ିଶିଗଦା ଥାନା ବାଦୁରାବର ଗ୍ରାମର ପ୍ରେମାନନ୍ଦ ପ୍ରଧାନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ପ୍ରକାଶଥାଉ କି ନିରାକାରପୁର ଥାନା ଆଇଆଇସି ଶ୍ରୀମତୀ ନାୟକଙ୍କ ନେତୃତ୍ୱରେ ନିରାକାରପୁର ପୋଲିସର ଏକ ଦଳ ଜୁନ ମାସ ୨୨ ତାରିଖରେ ନିରାକାରପୁର ପଟୁ କାଶୀପୁର- କୋଲସାହି ଗଳିଆ ରାସ୍ତାରେ ଗଡ଼ିଶାଗଦା ଥାନା ବାଦୁରାବାରକୁ ଯାଉଥିବା ଚୋରା ମଦ ବୋଝେଇ ମାରୁତି କାର ନଂ( ଓଆର ୦୨ଏନ ୯୭୭୯) ଗାଡ଼ିର ପିଛା କରି କାଶୀପୁର ନିକଟରେ ଧରି ଥିଲେ । କିନ୍ତୁ ଆସାମୀ ଦୁଇଜଣ ପଛରୁ ପୋଲିସ ପିଛା କରୁଥିବା ଦେଖି ଗାଡ଼ି ଛାଡ଼ି ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲେ । ପୋଲିସ କହିବା ଅନୁଯାୟୀ ଆସାମୀ ପ୍ରେମାନନ୍ଦ ପ୍ରଧାନ ସହ ଆଉ ଜଣେ ଫେରାର ଥିଲେ । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *