Sunday , March 26 2023
Breaking News
Home / ବିଶେଷ / ଚିତ୍ରୋତ୍ପଳା ନଦୀରେ ବୁଡ଼ି ବୃଦ୍ଧ ମୃତ

ଚିତ୍ରୋତ୍ପଳା ନଦୀରେ ବୁଡ଼ି ବୃଦ୍ଧ ମୃତ

ପାଟକୁରା, ୨୬/୦୮/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ ସମସରା ପାଟଣା ଗ୍ରାମର ଶୁକଦେବ ସାହୁ (୬୨) ଚିତ୍ରୋତ୍ପଳା ନଦୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି । ଶୁକଦେବ ଗତକାଲି ମଧ୍ୟାହ୍ନରେ ଚିତ୍ରୋତ୍ପଳା ନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀରେ ଗରାଧାଇବା ବେଳେ ଗଭୀର ଜଳକୁ ଖସିଯିବାରୁ ଜଳ ଶ୍ରୋତରେ ବୁଡ଼ି ନିଖୋଜ ହୋଇ ଯାଇଥିଲେ । ଗତକାଲି ତାଙ୍କର ଖୋଜ ଖବର ମିଳିନଥିଲା । ଆଜି ତାଙ୍କ ମୃତ ଦେହ ଚିତ୍ରୋତ୍ପଳା ନଦୀର ମାଣ୍ଡିଆକୁଦ ନିକଟରେ ଗରଦପୁର ଅଗ୍ନୀଶମ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଥିଲେ । ତାଙ୍କୁ ପାଟକୁରା ମେଡ଼ିକାଲ ରେ ପହଂଚାଇବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ପାଟକୁରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଶବ ବ୍ୟବଛେଦ ପାଇଁ କେନ୍ଦ୍ରାପଡ଼ା ହସପିଟାଲକୁ ପଠାଯାଇଥିଲା । ପରେ ଶବକୁ ଗ୍ରାମକୁ ଆଣି ସତକାର କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.