ଭୁବନେଶ୍ୱର,୨୬/୦୮/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୮୪୯ ଜଣ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୯୨ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୩୫୭ ଜଣ ସ୍ଥାନୀୟ ସଂଙ୍କ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୧୩୦ ଜଣ ଶିଶୁ ସଂଙ୍କ୍ରମିତ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୯ଜଣ, ବାଲେଶ୍ୱର ଜିଲ୍ଲାରୁ ୪୮ଜଣ, ବରଗଡ଼ ଜିଲ୍ଲାରୁ ୧୫ଜଣ, ଭଦ୍ରକ ଜିଲ୍ଲାରୁ ୯ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୧୧୫ଜଣ, ଦେବଗଡ଼ ଜିଲ୍ଲାରୁ ୯ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୪ଜଣ, ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୬ଜଣ, ଜଗତସିଂହପୁର ଜିଲ୍ଲାରୁ ୪୨ଜଣ, ଯାଜପୁର ଜିଲ୍ଲାରୁ ୪୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ଜଣେ, କଳାହାଣ୍ଡି ଜିଲ୍ଲାରୁ ୩ଜଣ, କନ୍ଧମାଳ ଜିଲ୍ଲାରୁ ଜଣେ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୪ଜଣ, କେନ୍ଦୁଝର ଜିଲ୍ଲାରୁ ୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୧୩ଜଣ, କୋରାପୁଟ ଜିଲ୍ଲାରୁ ୫ଜଣ, ମାଲକାନଗିରି ଜିଲ୍ଲାରୁ ୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୬ଜଣ, ନୟାଗଡ଼ ଜିଲ୍ଲାରୁ ୧୯ଜଣ, ନୂଆପଡ଼ା ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ୨୨ଜଣ, ରାୟଗଡ଼ା ଜିଲ୍ଲାରୁ ୨ଜଣ, ସମ୍ବଲପୁର ଜିଲ୍ଲାରୁ ୨୦ଜଣ, ସୋନପୁର ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୧୫ଜଣ, ଷ୍ଟେଟ ପୁଲ୍ ରୁ ୬୫ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୪୦୫୯ କୁ ବୃଦ୍ଧି ପାଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ଜଣଙ୍କର କରୋନା ରେ ମୃତ୍ୟୁ ହୋଇଥିବା ରେକର୍ଡ଼ କରାଯାଇଛି । ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ୧୫ଜଣ, ସମ୍ବଲପୁର ଜିଲ୍ଲାରୁ ୧୧ଜଣ, ଜଗତସିଂହପୁର ଓ ବରଗଡ଼ ଜିଲ୍ଲାରୁ ୮ଜଣ ଲେଖାଏଁ ରହିଛନ୍ତି । ଯାଜପୁର ଜିଲ୍ଲାରୁ ୪ଜଣ, ବୌଦ୍ଧ ଜିଲ୍ଲାରୁ ୩ଜଣ ରହିଛନ୍ତି । ସୁନ୍ଦରଗଡ଼, କଳାହାଣ୍ଡି, ଝାରସୁଗୁଡ଼ା, ଢେଙ୍କାନାଳ, ଦେବଗଡ଼, ବଲାଙ୍ଗୀର ଜିଲ୍ଲାରୁ ୨ଜଣ ଲେଖାଏଁ ରହିଥିବା ବେଳେ ବାଲେଶ୍ୱର, ଖୋର୍ଦ୍ଧା, ପୁରୀ, ରାୟଗଡ଼ା, ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୬୨୮ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ରାଜ୍ୟରେ ଗତକାଲି ସୁଦ୍ଧା ମୋଟ୍ ୧୦୦୪୦୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୯୮୮୦୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୭୬୨୮ ଜଣ କରୋନାରେ ମୃତ୍ୟୁ ବରଣ କରିଥିବାବେଳେ ୫୩ ଜଣ କରୋନା ଆକ୍ରାନ୍ତଙ୍କର ଅନ୍ୟ ରୋଗରେ ମୃତ୍ୟୁ ହୋଇଥିବା ସୂଚନା । ଆଉ ୮୨୮୮ ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସାଧିନ ରହିଥିବା ବେଳେ ଗତକାଲି ସୁଦ୍ଧା ରାଜ୍ୟରେ ୧୭୭୩୭୯୭୨ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର
Home / ତାଜା ଖବର / ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୮୪୯ ଜଣ କରୋନା ସଂଙ୍କ୍ରମିତ ଚିହ୍ନଟ – ୬୬ଜଣଙ୍କର କରୋନା ରେ ମୃତ୍ୟୁ ହୋଇଥିବା ରେକର୍ଡ଼