Thursday , June 30 2022
Breaking News
Home / ବିଶେଷ / ଗଣକବି ଗୋପାଳ ଦାଶ ସମାଜର କଳାକାରଙ୍କ ବିୟୋଗରେ ଶୋକସଭା

ଗଣକବି ଗୋପାଳ ଦାଶ ସମାଜର କଳାକାରଙ୍କ ବିୟୋଗରେ ଶୋକସଭା

କେନ୍ଦ୍ରାପଡ଼ା, ୨୬/୦୮/୨୦୨୧(ଓଡ଼ିଶା ସମାଚାର)-ଗଣକବି ଗୋପାଳ ଦାଶଙ୍କ ଅନୁଷ୍ଠାନର ବରିଷ୍ଠ କଳାକାର ବାବାଜୀ ଚରଣ ଗିରୀଙ୍କ ବିୟୋଗରେ  ସାନମାଣିତିଆରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଶରତ କୁମାର ଥାଟୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭାରେ ବିପ୍ଲବୀ କବି ରାମକୃଷ୍ଣ ଦାଶ ମୁଖ୍ୟ ଅତିଥି, ପଦ୍ମଲୋଚନ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ କଳାକାର ବାବାଜୀ ଚରଣ ଗିରୀଙ୍କ କଳାକାର ଜୀବନ,ଆଧ୍ୟାତମିକ ଚଳଣୀ, ସମାଜସେବା ସମ୍ପର୍କରେ ଆଲୋକପାତ କରିଥିଲେ । ସଂଗୀତ ବକ୍ତବ୍ୟର ଯୁଗଳବନ୍ଦୀରେ ଗୋପାଳ ଦାଶଙ୍କ ନାଟ୍ୟ ଦଳର ବହୁ ପୁରାତନ କଳାକାର ସ୍ମୃତିଚାରଣ ସହ ଗୋପାଳ ସଂଗୀତ ପରିବେଷଣ କରିଥିଲେ । କୁମ୍ଭାରପାଟଣାର ଶତାଧିକ ଜନତାଙ୍କୁ ନେଇ ସଭା ପ୍ରାରମ୍ଭରେ ସ୍ୱର୍ଗତ ଗିରୀଙ୍କ ଉଦେଶ୍ୟରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ତାଙ୍କର ସୁପୁତ୍ର ପୂର୍ବତନ ସରପଂଚ ଜୟ ପ୍ରକାଶ ଗିରୀ, ବର୍ତମାନ ସରପଂଚ କମଳା ଗିରୀ ପ୍ରମୁଖ ଶୋକସଭାରେ ଉପସ୍ଥିତ ଥିଲେ । କରୁଣାକର ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ତ୍ରିଲୋଚନ ଜେନା, ରବିନ୍ଦ୍ର ଗିରୀ, ଭଗବାନ ଜେନା, ବିଷ୍ଣୁ ବିଶ୍ୱାଳ, ବାବାଜୀ ଦାସ, ପ୍ରହଲ୍ଲାଦ ରାଉତ, ଭିକାରୀ ପରିଡା, ଦୋଳଗୋବିନ୍ଦ ବେହୁରା, ବାବୁରାମ ଜେନା, ଶୁକଦେବ ମଲ୍ଲିକ, ସନ୍ତୋଷ କୁମାର ଗିରୀ, ପ୍ରହଲାଦ ବେହେରା, ଭାଗବତ ଭାରତୀ, କେଶବ ସାହୁ, ଅଜୟ ଜେନାଙ୍କ ସମେତ ବହୁ କଳାକାର ଯୋଗଦେଇ ସ୍ୱର୍ଗତ ଗିରୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ୱର୍ଗତ ଗିରୀଙ୍କ ବିୟୋଗରେ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ବିଧାୟକ ଶଶିଭୂଷଣ ବେହେରା, ସମାଜସେବୀ ମୂରଲୀଧର ସେଠୀ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,  ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ରବିନ୍ଦ୍ର ପରିଡା,ଅଶ୍ୱିନୀ କୁମାର ପାତ୍ର, ଅକ୍ଷୟ କୁମାର ବିଶ୍ୱାଳ,ସୁଲେଖ ସାହୁ, ଅଭିମନୁ୍ୟ ସୁତାର, ପ୍ରଶାନ୍ତ ବରାଳ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *