କେନ୍ଦ୍ରାପଡ଼ା, ୨୬/୦୮/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ଗୁରୁବାର ୨୪ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଡେରାବିଶ ବ୍ଲକରେ ୮ଜଣ କରୋନା ପଜିଟିଭ କେଶ ବାହାରିଥିବା ବେଳେ କେନ୍ଦ୍ରାପଡା ବ୍ଲକରେ ୪ଜଣ, ମହାକାଳପଡା ବ୍ଲକରେ ୩ଜଣ, ମାର୍ଶାଘାଇ ବ୍ଲକରେ ଜଣେ, ପଟ୍ଟାମୁଣ୍ଡାଇ ବ୍ଲକରେ ୩ଜଣ ଓ କେନ୍ଦ୍ରାପଡା ପୌରାଂଚଳରେ ୫ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର