କଟକ ସଦର, ୨୬/୦୮/୨୦୨୧(ଓଡ଼ିଶା ସମାଚାର / ଵିଷ୍ଣୁ ବେହେରା): କଟକ ଵଡ ମେଡିକାଲକୁ ବିଶ୍ୱସ୍ତରୀୟ କରାଇ ଉନ୍ନତ ମାନର ଚିକିତ୍ସା ମାଗଣାରେ ଯୋଗାଇ ଦେବାକୁ ମୂଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକଙ୍କ ପ୍ରଶଂସନୀୟ ଉଦ୍ୟମ ଦୃତଵେଗରେ ଆଗେଇ ଚାଲିଥିଵା ଵେଳେ ଏହାର ଅବ୍ୟବହିତ ପୂର୍ବରୁ ଚିକିତ୍ସା କ୍ଷେତ୍ରରେ ଆଉ ଏକ ଐତିହାସିକ ଫର୍ଦ ଯୋଡି ହେଵାକୁ ଯାଉଛି।ଏଥିରେ କରୋନା ରୋଗର ସଂକ୍ରମଣ ପରେ ରୋଗୀ ଅଧିକ ମାତ୍ରାରେ ଫୁସଫୁସ ସଂକ୍ରମଣ ରେ ଆକ୍ରାନ୍ତ ହୁଏ।ଯାହା ରୋଗୀକୁ ମରଣ ମୁଁହକୁ ଠେଲି ନିଏ। ଏଥିପାଇଁ ଆବଶ୍ୟକ ପଡେ ଏକମୋ ଚିକିତ୍ସା। ଓଡ଼ିଶାରେ ଏହି ଚିକିତ୍ସା ସୁବିଧା ନଥିବାରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ରୋଗୀଙ୍କୁ ରାଜ୍ୟ ଵାହାରକୁ ନେବାକୁ ପଡେ। ଯାହାକି ଗରିଵ ରୋଗୀ ଏହି ଚିକିତ୍ସା ସୁବିଧା ରୁ ବଞ୍ଚିତ ହୋଇଥାଆନ୍ତି।ହେଲେ ପ୍ରଥମ ଥର ନିମନ୍ତେ ରାଜ୍ୟ ସରକାର ଏଭଳି ବ୍ୟୟବହୁଳ ଚିକିତ୍ସା ବ୍ୟବସ୍ଥା ଏସ୍ ସି ଵି ରେ କରାଇଛନ୍ତି। ଏଥିପାଇଁ ମୋଟ ୯ ଗୋଟି ଏକମୋ ମେସିନ ପର୍ୟ୍ୟାୟକ୍ରମେ ଵିଦେଶରୁ ଅଣାଯାଇ ୬ ଟି ମେସିନ ଏକମୋ ୱ।ର୍ଡରେ କାର୍ୟ୍ୟକ୍ଷମ କରାଯାଇଥିବା ଵେଳେ ଅନ୍ୟ ୩ ଟି ଆଇସୋଲେସନ କେନ୍ଦ୍ରରେ ଇନଷ୍ଟଲ କରାଯାଇଛି।ଏହାକୁ ଆସନ୍ତା କାଲି ୨୭ ତାରିଖରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଵେ ଵୋଲି ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଖୁବ୍ ଶୀଘ୍ର ମାଗଣାରେ ଏହି ଚିକିତ୍ସା ସେଵା ସୁବିଧା ଵଡ ମେଡିକାଲ ରେ ଉପଲବ୍ଧ ହେଵ ବୋଲି ମେଡିକାଲ କତୃପକ୍ଷ ଙ୍କ ଠାରୁ ଜଣା ପଡ଼ିଛି। ସେହିପରି ଅକ୍ଟୋବର ରେ ମୂଖ୍ୟମନ୍ତ୍ରୀ କର୍କଟ ରୋଗୀଙ୍କ ପାଇଁ ମାଗଣାରେ ଅତ୍ୟାଧୁନିକ ପେଟ୍- ସିଟି ସ୍କାନ ସେଵା ଯୋଗାଇ ଦେବାକୁ ଦଶହରା ପୂଜା ଭେଟି ଦେଵାକୁ ଯାଉଛନ୍ତି ବୋଲି ଜଣାପଡିଛି।ପେଟ୍- ସିଟି ସ୍କାନ ଦ୍ୱାରା କ୍ୟାନ୍ସର ଚିହ୍ନଟ ହେବାସହ ରୋଗର ସ୍ତର ଜାଣିହେବ। ଵାୟୋସ୍ପି କରାଯିବା ପାଇଁ ଶରୀରର ପ୍ରକୃଷ୍ଠ ସ୍ଥାନ ମଧ୍ୟ ଚିହ୍ନଟ କରାଯାଇ ପାରିଵ। କ୍ୟାନସର ରୋଗର ଚିକିତ୍ସା ସଠିକ୍ ଭାଵେ ଚାଲିଛି ନା ନାହିଁ ତାହା ମଧ୍ୟ ନିରୁପଣ କରିଵ ଏହି ମେସିନ୍। ଚିକିତ୍ସା ଶେଷ ହେବା ପରେ ଶରୀରରେ ପୁଣି ଥରେ କ୍ୟାନ୍ସର ରୋଗ ବ୍ୟାପୁଛି କି ନାହିଁ ତାହା ଜାଣିବା ପାଇଁ ପେଟ୍- ସିଟି ସ୍କାନ ପରୀକ୍ଷା ସହାୟକ ହେଵ। ସ୍ୱ।ସ୍ଥ୍ୟସେଵା ପାଇଁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିକ ପରେ ଗୋଟିଏ ଉଲ୍ଲେଖନୀୟ ଉଦ୍ୟମକୁ ରାଜ୍ୟବାସୀ ଉଚ୍ଚ ପ୍ରଶଂସା କରିଛନ୍ତି। ଓଡ଼ିଶା ସମାଚାର