Sunday , March 26 2023
Breaking News
Home / ବିଶେଷ / କଟକ ମହାନଗର ନିଗମ ଦୋକାନଘର ଦୁର୍ନୀତି ନେଇ ଓଡିଶା ସୂଚନାଅଧିକାର ଅଭିଯାନର ସାମ୍ବାଦିକ ସମ୍ମିଳନୀ

କଟକ ମହାନଗର ନିଗମ ଦୋକାନଘର ଦୁର୍ନୀତି ନେଇ ଓଡିଶା ସୂଚନାଅଧିକାର ଅଭିଯାନର ସାମ୍ବାଦିକ ସମ୍ମିଳନୀ

କଟକ,୨୬/୦୮/୨୦୨୧(ଓଡ଼ିଶା ସମାଚାର/ଦେବଶିଷ ରଥ)- କଟକ ମହାନଗର ନିଗମ ଦୋକାନଘରର ରକ୍ଷାଣବେକ୍ଷଣ, ତଦାରଖ କରିବାରେ ସିଏମସି କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଅନେକ ଦୋକାନଘର ବିପଦସଙ୍କୁଳ ଅବସ୍ଥାରେ ପଡିରହିଛି। ଟ୍ରେଡ଼ ଲାଇସେନ୍ସ ନଥାଇ ସିଏମସି ଦୋକାନଘର ପ୍ରାପ୍ତ ଦୋକାନଘରେ ବ୍ୟବସାୟ ଯୋଗୁଁ ବ୍ୟାପକ ରାଜସ୍ଵ ହାନୀ ଘଟୁଛି। ସିଏମସି କର୍ତ୍ତୃପକ୍ଷ ଓ ଦୋକାନ ମାଲିକଙ୍କ ମଧୁଚନ୍ଦ୍ରିକାରେ ଦୋକାନ ଘର ଭଡା ବାକିପଡିଛି ତ ଜଣଙ୍କ ନାମରେ ଏକାଧିକ ଦୋକାନଘର ନାମିତ ହୋଇଛି।ଆଉକେତେକ ସିଏମସି ଦୋକାନଘରର ପ୍ରକୃତ ହିତାଧକାରୀ ମୃତ୍ୟୁବରଣ ପରେ ଏବଂ କୌଣସି କାରଣରୁ ଦୋକାନଘରକୁ ବେଆଇନ ଭାବେ ଭଡାଲଗାଇ କିମ୍ବା ଅନ୍ୟଲୋକଙ୍କୁ ହସ୍ତାନ୍ତର କରି ଦେଇଥିବା ଦେଖାଦେଇଛି।ଯାହାକି ସୂଚନାଅଧିକାର ଆଇନରେ ଅଧିକାର ଆଇନରେ ସମ୍ପୂର୍ଣ୍ଣ ତଥ୍ୟ ନଦେବାରୁ ବ୍ୟାପକ ଦୁର୍ନୀତି ହୋଇଥିବା ଏକପ୍ରକାର ଜଣାପଡିଛି। ସୂଚନାଅଧିକାର ଆଇନରେ ତଥ୍ୟ ମଧ୍ୟ ଦେବାକୁ ଭୟ କରୁଛନ୍ତି ବିଭାଗୀୟ ଅଧିକାରୀ।ରାସ୍ତାକଡର ଟିଣ ଭେଣ୍ଡିଂଜୋନ ଦୋକାନ ମାସକୁ ୪୫୦ଟଙ୍କା ଭଡା ସିଏମସି ନେଉଥିବା ବେଳେ ଦୀର୍ଘ ବର୍ଷ ହେବ ସିଏମସି ଦୋକାନଘର ୬୦ଟଙ୍କା ଭଡା ଥାଇ ମଧ୍ୟ ଲକ୍ଷାଧିକ ଟଙ୍କା ବାକି ରଖିଛନ୍ତି ।ଵିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବା ସହ ସୂଚନାଅଧିକାର ଆଇନରେ ସଂପୂର୍ଣ୍ଣ ତଥ୍ୟ ନଦେବା ଏକ ବଡ ଧରଣର ଦୁର୍ନୀତି ହୋଇଥିବା ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ସାହୁ କହିଛନ୍ତି।
କଟକ ମହାନଗର ନିଗମ ଦୋକାନଘରର କୌଣସି ଟ୍ରେଡ଼ ଲାଇସେନ୍ସ ନଥିବା ଏବଂ କେତେକ ଦୋକାନଘର ଭଡାସୁତ୍ରେ ଓ ପ୍ରଚୁର ଅର୍ଥ କାରବାର କରି ଅନ୍ୟଲୋକଙ୍କୁ ହସ୍ତାନ୍ତର କରିଥିବା ଯୋଗୁଁ ବିଭାଗୀୟ କର୍ତ୍ତୃପକ୍ଷ ଟ୍ରେଡ଼ ଲାଇସେନ୍ସ ନଥିବା କହିଛନ୍ତି ।୮୭୧ଦୋକାନ ଓ ଭଡା ଯାଇନଥିବା ୨୫ଟି ସମୁଦାୟ ୮୯୬ଦୋକାନରୁ ଅର୍ଦ୍ଧାଧିକ ହିତାଧିକାରୀ ନଥିବା ଯୋଗୁଁ ଏକ ବଡ଼ ଧରଣର ଦୂର୍ନିତୀ ସହ ରାଜସ୍ୱ ହାନୀ ହେବା ଏବଂ ବିଭାଗୀୟ କର୍ତ୍ତୃପକ୍ଷ, ରାଜନେତାଙ୍କ ହାତଥିବା ସନ୍ଦେହ ସୃଷ୍ଟି ହୋଇଛି ।ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଏକ ବଡ଼ ଧରଣର ଦୁର୍ନୀତି ଲୋକଲୋଚନକୁ ଆସିବ ବୋଲି ମୋ କଟକ ସୁରକ୍ଷା ମଞ୍ଚ ସଭାପତି ଦାବୀ କରିଛନ୍ତି ।ରାଜ୍ୟ ଆବାହକ ପ୍ରଦିପ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏହି ଦୁର୍ନୀତିକୁ ନେଇ ଲୋକାୟୁକ୍ତଙ୍କ ଦ୍ଵାରସ୍ଥ ହେବେ ଜିତେନ୍ଦ୍ର ସାହୁ ।ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରଫୁଲ୍ଲ ସାହୁ,ଶ୍ରମିକନେତା ହୃଦାନନ୍ଦ ପଟ୍ଟନାୟକ, ପ୍ରତାପ ମହାନ୍ତି,ମନୋରଞ୍ଜନ ଜେନା,ଦିପକ ଚୌଧୁରୀ, ଦିଲ୍ଲୀପ ପାଣି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.