Monday , December 6 2021
Breaking News
Home / ବିଶେଷ / ଓଡିଶା ସାହିତ୍ୟ ଏକାଡେମୀ ରାଜ୍ୟ ସ୍ତରୀୟ କୃତୀଛାତ୍ରୀଙ୍କୁ ପୁରସ୍କାର ଓ ଦୃଷ୍ଟିବାଧିତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳ ଲାପ୍ଟପ୍ ବଂଟନ କଲେ 

ଓଡିଶା ସାହିତ୍ୟ ଏକାଡେମୀ ରାଜ୍ୟ ସ୍ତରୀୟ କୃତୀଛାତ୍ରୀଙ୍କୁ ପୁରସ୍କାର ଓ ଦୃଷ୍ଟିବାଧିତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳ ଲାପ୍ଟପ୍ ବଂଟନ କଲେ 

ଜଗତସିଂହପୁର ୨୬/୦୮/୨୦୨୧(ଓଡ଼ିଶା ସମାଚାର)-ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଓଡିଶା ସାହିତ୍ୟ ଏକାଡେମୀ ସ୍ୱ ନକ୍ଷତ୍ର ଦିବସ ପାଳନ ଉପଲକ୍ଷେ ଆୟୋଜିତ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାର କୃତୀ ଛାତ୍ରୀଙ୍କୁ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଓଡିଶା ସାହିତ୍ୟ ଏକାଡେମୀ ପ୍ରଦତ ପୁରସ୍କାର (ଅର୍ଥରାଶି),ମାନପତ୍ର ଓ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ସ୍ତରୀୟ ବରିଷ୍ଠ ବର୍ଗରେ ବକ୍ତୃତା ପ୍ରତିଯୋଗିତାରେ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଥିବା ଜଗତସିଂହପୁର କେନ୍ଦ୍ରିୟ ବିଦ୍ୟାଳୟର ଛାତ୍ରୀ ଅବିସ୍ମରା  ମିଶ୍ରଙ୍କୁ  ୨୦୦୦ ଟଙ୍କାର ଚେକ୍,ମାନପତ୍ର ଓ ପ୍ରମାଣପତ୍ର ଜିଲ୍ଲାପାଳ ପ୍ରଦାନ କରିଥିଲେ । ସେହିପରି କନିଷ୍ଠ ବର୍ଗ କବିତା ଆବୃତି ପ୍ରତିଯୋଗିତାରେ ତୃତୀୟ ସ୍ଥାନ ହାସଲ କରିଥିବା ଦୀପଶିଖା ମିଶ୍ରଙ୍କୁ ୧୦୦୦ଟଙ୍କାର ଚେକ୍ ,ମାନପତ୍ର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ସେହିପରି ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତିକରଣ ବିଭାଗ ତରଫରୁ ୪ଜଣ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ସାହାଯ୍ୟ ଓ ଉତ୍ସାହିତ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଲାପଟପ୍ ବଂଟନ କରିଥିଲେ । ଏହି କ୍ରମରେ ଏରସମା ବ୍ଲକର ଢିଙ୍କିଆ ପଂଚାୟତ ତ୍ରିଲୋଚନପୁର ଗ୍ରାମର ଦୃଷ୍ଟିବାଧିତ ଶୈ÷ଳବାଳା ମହିଳା ମହାବିଦ୍ୟାଳୟରେ +୨ କଳା ପଢୁଥିବା ଛାତ୍ରୀ ଝୁନୁ ଦାସ,ଜଗତସିଂହପୁରବ୍ଲକ ମଣ୍ଡାସାହି ଗ୍ରାମର ଏସ୍.ଭି.ଏମ୍ କଲେଜରେ +୩ କଳା ଛାତ୍ର ଶ୍ରୀ ଯଶୋବନ୍ତ ଭୋଇ,ବାଲିକୁଦା ବ୍ଲକ ଚଷାପଡା ଗ୍ରାମର ଏସ୍.ଭି.ଏମ୍ କଲେଜରେ +୩ କଳା ଛାତ୍ର ଶ୍ରୀ ତ୍ରିନାଥ ପରିଡା ଏବଂ କୁଜଙ୍ଗ ବ୍ଲକ ଚକ୍ରଧରପୁର ଗ୍ରାମର ଓଡିଆରେ ଏମ୍.ଏ ପଢୁଥିବା ଛାତ୍ର ଜ୍ଞାନ ରଂଜନ ଦଳାଇଙ୍କୁ ଜିଲ୍ଲାପାଳ ଲାପଟପ୍ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ  ଶ୍ରୀ କାମିନୀ ରଂଜନ ପଟ୍ଟନାୟକ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପବିତ୍ର ମୋହନ ଦାସ,ଓ.ଏସ୍.ଡି ଡା.ଶଶାଙ୍କ ଶେଖର ଲେଙ୍କା ଓ ବିଭାଗୀୟ କର୍ମଚାରା ମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *