Monday , December 6 2021
Breaking News
Home / ଶିକ୍ଷା / ସାଂସଦ ମହେଶ ସାହୁ ଙ୍କ ଦ୍ୱାରା ‘ ମୋ ସ୍କୁଲ ଅଭିଯାନ’ କାର୍ୟ୍ୟର ସମୀକ୍ଷା

ସାଂସଦ ମହେଶ ସାହୁ ଙ୍କ ଦ୍ୱାରା ‘ ମୋ ସ୍କୁଲ ଅଭିଯାନ’ କାର୍ୟ୍ୟର ସମୀକ୍ଷା

ଭୁବନ ୨୫/୦୮/୨୦୨୧(ଓଡ଼ିଶା ସମାଚାର)- ସାଂସଦ ମହେଶ ସାହୁ ଏକ ଦିନିକିଆ ଗସ୍ତରେ ଭୁବନ ଆସି ‘ମୋ ସ୍କୁଲ ଅଭିଯାନ’ରେ ଭୁବନ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଉନ୍ନୟନ ମୂଳକ କାର୍ୟ୍ୟର ସମୀକ୍ଷା କରିଥିଲେ । ଡିଇଓ ନିବେଦିତା ପାଣି,ମୋ ସ୍କୁଲ ଅଭିଯାନର ଆବାହକ ଯୁବ ସମାଜସେବୀ ଶୁଭେନ୍ଦୁ ସାହୁ ,ଶିକ୍ଷକ ଦିଲ୍ଲୀପ କୁମାର ତ୍ରିପାଠୀଙ୍କ ସମେତ ସଭାପତି ପ୍ରଭାସ କୁମାର ସେନାପତି,ପଣ୍ଡିତ ମାତୃପ୍ରସାଦ ମିଶ୍ର,ସୁଶାନ୍ତ କୁମାର ପୃଷ୍ଟି,ଜୟଗୁରୁ ପାତ୍ର,ଦେବାନନ୍ଦ ସାହୁ, ପପୁ ସାହୁ ପ୍ରମୁଖ ସାଂସଦ ଶ୍ରୀଯୁକ୍ତ ସାହୁ ଙ୍କୁ ନିର୍ମାଣଧିନ ନୂତନ ଗୃହ ବୁଲି ଦେଖାଇଥିଲେ । ମୋ ସ୍କୁଲ ଅଭିଯାନ ରେ ସାମିଲ ଥିବା ସମସ୍ତ ପୁରାତନ ଛାତ୍ର ତଥା କମିଟି ସଦସ୍ୟଙ୍କୁ ଉଚ୍ଚ ପ୍ରଶଂସା କରି ବାସ୍ତବରେ ସ୍କୁଲର ନବକଳେବର କୁ ସାଂସଦ ମହେଶ ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବାଜିରାଉତ କଲେଜରେ ବିଶାଳ ରକ୍ତଦାନ ଶିବିର –  ୧୦୦ ୟୁନିଟ ରକ୍ତ ସଂଗୃହୀତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ  ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ‘ମୋ କଲେଜ ଅଭିଯାନ’ ଆନୁକୂଲ୍ୟରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *