ଗରଦପୁର, ୨୫/୦୮/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ତିକନପୁର ଠାରେ ବିଶିଷ୍ଟ ସମାଜସେବୀ ସୁରେଶ ଚନ୍ଦ୍ର ରାଉତ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସ୍ମୃତି ଉତ୍ସବ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପରିଜା ସଭାପତିତ୍ୱ କରିଥିବାବେଳେ ଏଥିରେ ସମ୍ମାନୀତ ଅତିଥି ଭାବେ ଜିଲା ପରିଷଦ ସଦସ୍ୟ ସନ୍ତୋଷ କୁମାର ଜେନା , କୋରୁଆ ଲୋକନାଥ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ, ପୂର୍ବତନ ସରପଂଚ ବିଜୟ କୁମାର ସଢ଼ଙ୍ଗୀ, ଶିକ୍ଷକ ପ୍ରଭାକର ପରିଡ଼ା,ସୁକାନ୍ତ କୁମାର ମେକାପ,ବେଣୁଧର ବିଶ୍ୱାଳ,ପିତାମ୍ବର ବିଶ୍ୱାଳ,ସ୍ୱର୍ଣ୍ଣପ୍ରଭା ରାଉତ,ନିର୍ମଳ ଚନ୍ଦ୍ର ତ୍ରିପାଠୀ,ଜିତେନ୍ଦ୍ର ପାଢ଼ୀ ପ୍ରମୁଖ ସ୍ୱର୍ଗତ ରାଉତ ଙ୍କ ସ୍ମୃତି ଚାରଣ କରିଥିଲେ । ଉଲେଖନୀୟ ଏହିକି ସ୍ୱର୍ଗତ ସୁରେଶ ଚନ୍ଦ୍ର ରାଉତ ଅବିଭକ୍ତ ନଡ଼ିଆବରାଇ ପଂଚାୟତର ସରପଂଚ,ପ୍ରାକ୍ତନ ପ୍ରଧାନ ଶିକ୍ଷକ , କୃଷକ ନେତା ତଥା କବି ଓ ଲେଖକ ଭାବରେ ଅଂଚଳରେ ସୁପରିଚିତ ଥିଲେ । ତାଙ୍କ ସ୍କୃତିରେ ଚାରିଟେବୁଲ ଟ୍ରଷ୍ଟ ତରଫରୁ ୧୦ ଜଣ ଗରୀବ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୁକାନ୍ତ ମଲ, ତ୍ରିଲୋଚନ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର