Monday , December 6 2021
Breaking News
Home / ବିଶେଷ / ଷୋଡଶ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

ଷୋଡଶ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

କେନ୍ଦ୍ରାପଡ଼ା, ୨୫/୦୮/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲା ପ୍ରଦକ୍ଷଣ ଭବନ ସମ୍ମିଳନୀ କକ୍ଷରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଷୋଡଶ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲାପାଳ ଏବଂ ଜିଲ୍ଲା ଯୋଜନା କମିଟି ସଦସ୍ୟ ସଚିବ ଅମ୍ରିତ ଋତୁରାଜ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଶ୍ରୀ ସ୍ୱାଇଁ ଜିଲ୍ଲାରେ ସମ୍ଭାବ୍ୟ ମରୁଡିକୁ ମୁକାବିଲା କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ରାଜ୍ୟ ସରକାରଙ୍କୁ ଜିଲ୍ଲାରେ ଶିଳ୍ପ, ଶିଳ୍ପପାର୍କ ଏବଂ ଫୁଡପାର୍କ ପ୍ରତିଷ୍ଠା ନିମନ୍ତେ ଜିଲ୍ଲା ଯୋଜନା କମିଟି ପକ୍ଷରୁ ପ୍ରସ୍ତାବ ଗୃହିତ ହୋଇଥିଲା । ଦୁହୁରିଆ ଛକରେ ଏକ ଟ୍ରମା ସେଂଟର ପ୍ରତିଷ୍ଠା, ଜିଲ୍ଲାର ଗୁରୁତର ରୋଗୀମାନଙ୍କୁ ସିଧାସଳଖ କଟକ ଏସସିବି ମେଡିକାଲ କଲେଜକୁ ରେଫର କରିବା ,ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ସ୍ଥାପନ ନିମନ୍ତେ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଗାନ୍ଧୀ ଜୟନ୍ତୀ ପୂର୍ବରୁ ସମସ୍ତ ବିଦ୍ୟାଳୟ କାର୍ଯ୍ୟ ଶେଷ କରିବା ସହ ଜିଲ୍ଲାର ଏକ ଡାଟାବେସ ପ୍ରସ୍ତୁତ କରିବାକୁ ଅଧ୍ୟକ୍ଷ ଶ୍ରୀ ସ୍ୱାଇଁ ନିର୍ଦେଶ ଦେଇଥିଲେ । ଓରସାକ ଜିଲ୍ଲାର ଡାଟାବେସ ପ୍ରସ୍ତୁତ କରିବାକୁ ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ୨୨ଅଗଷ୍ଟ ସୁଧା କେନ୍ଦ୍ରାପଡା ଜିଲ୍ଲାରେ ଶତକଡା ୬୭ଭାଗ କମ ବୃଷ୍ଟିପାତ ହୋଇଥିବା ସୂଚନା ଦେଇଥିଲେ । ଜିଲ୍ଲାରେ ମରୁଡିର ପଦଧ୍ୱନୀ ଦେଖାଦେଇଥିବାରୁ ସବୁ କେନାଲରେ ପାଣି ଛାଡିବାକୁ ଏବଂ ଉଠାଜଳସେଚନ ପଏନ୍ଟ ଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ସଂପୃକ୍ତ ଯନ୍ତ୍ରୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ଜିଲ୍ଲାରେ ଜଳ ନିଷ୍କାସନ ସୁବିଧା, ଜିଲ୍ଲା ସଦର ମହକୁମାରେ ମିନି ଷ୍ଟାଡିୟମ ପ୍ରତିଷ୍ଠା, ଚିତ୍ରୋତ୍ପଳା ନଦୀରେ ବ୍ୟାରେଜ ନିର୍ମାଣ, ସ୍ଲୁଇସ ଗେଟ ନିର୍ମାଣ, ସିସିରୋଡ, ଗରଦପୁର ବ୍ଲକର ବନ୍ତଳାରେ ପିଏଚସି ପ୍ରତିଷ୍ଠା, କେତେକ ସଦସ୍ୟ ଜିଲ୍ଲାର ୯ଟି ବ୍ଲକର ସମସ୍ତ ନଦୀରେ ବ୍ୟାରେଜ ନିର୍ମାଣ, ଚେକ ଡ୍ୟାମ ପ୍ରତିଷ୍ଠା ପାଇଁ ନିଜ ନିଜର ଦାବି ଉପସ୍ଥାପନା କରିଥିଲେ । ଜହ୍ନିଆପାଲି ପୋଲ ନିର୍ମାଣ, ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ନିମନ୍ତେ ପାନୀୟ ଜଳ ଯୋଗାଣ, ପର୍ଯ୍ୟାପ୍ତ ନଳକୂପ ପ୍ରତିଷ୍ଠା ଉପରେ ବୈଠକରେ ସବିଶେଷ ଆଲୋଚନା କରାଯାଇଥିଲା । ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ କୁମାର ଅଗ୍ରୱାଲ ଡେରାବିଶ ବ୍ଲକରେ ୯୯ଏକର ଖାଲି ଜମିରେ ଏସ.ଏସ.ଏମ.ଇ.ପାର୍କ ପ୍ରତିଷ୍ଠା ନିମନ୍ତେ ଅନୁରୋଧ କରିଥିଲେ । ଜିଲ୍ଲାରେ ବୃଷ୍ଟିପାତ ଜନିତ ଜଳକୁ ନଷ୍ଟ ନକରିବାକୁ ସେ ପରାମର୍ଶ ଦେଇଥିଲେ । ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଜିଲ୍ଲାର କୋଭିଡ ମୁକାବିଲା ସଫଳତାର ସହ ହେବା ସହ ମୃତୁ୍ୟହାର ସର୍ବନିମ୍ନ ଥିବା ଦର୍ଶାଇ ଆତ୍ମସନ୍ତୋଷ ପ୍ରକାଶ କରିଥିଲେ । ଜିଲ୍ଲାର କୃଷକମାନଙ୍କୁ ଅନାବୃଷ୍ଟିରୁ ରକ୍ଷା କରିବାକୁ ଜଳ ଯୋଗାଣ, ଇକୋ ପର୍ଯ୍ୟଟନ ପ୍ରକଳ୍ପ ପ୍ରତିଷ୍ଠା, ସାମୁଦ୍ରିକ ଖାଦ୍ୟ କ୍ଲଷ୍ଟର ପ୍ରତିଷ୍ଠା, ଗୃହପାଳିତ ପଶୁମାନଙ୍କ ନିମନ୍ତେ ରହଣୀ ଗୃହର ସୁବିଧା କରାଯିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ସଂପ୍ରତି ଜିଲ୍ଲାର ୨୮ଟି ବିଦ୍ୟାଳୟ କୁ ନୂତନ କଳେବର ଦିଆଯାଇଥିବା ଆଲୋଚନାରୁ ଜଣାପଡିଛି । କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଜିଲ୍ଲାରେ ସରକାରୀ ବହୁମୁଖୀ ଶୀତଳ ଭଣ୍ଡାର ନିର୍ମାଣ, କେନ୍ଦ୍ରାପଡା ପୌରାଂଚଳରେ ଗୋବରୀ ପ୍ରକଳ୍ପ, ଏମସିସି ନିର୍ମାଣ, ଇନଡୋର ଷ୍ଟାଡିୟମ ନିର୍ମାଣ ନିମନ୍ତେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କଟକ-ଚାନ୍ଦବାଲି ରାସ୍ତାର ତିନିମୁହାଣି ଛକ ନିକଟ ପାୱାରଲୁମ ଥିବା ସ୍ଥାନରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ସେ ପରାମର୍ଶ ଦେଇଥିଲେ । କେନ୍ଦ୍ରାପଡାରେ ଅନୁନ୍ୟ ୪୦ଏକର ଯାଗାରେ ଏମଏସଏମଇ ପାର୍କ ପ୍ରତିଷ୍ଠା ହେଲେ ଏଠାକାର ଯୁବକଯୁବତୀ କର୍ମସଂସ୍ଥାନ ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ବୈଠକରେ ପଂଚଦଶତମ ଜିଲ୍ଲା ଯୋଜନା କମିଟି ବୈଠକର ବିବରଣୀକୁ ପାରିତ କରାଯାଇଥିଲା । ୨୦୨୦-୨୧ ବର୍ଷର କ୍ରିଟିକାଲ ଗ୍ୟାପ ଫଣ୍ଡର ପରିବର୍ତିତ ପ୍ରକଳ୍ପ ଗୁଡିକୁ ଅନୁମୋଦିତ କରାଯାଇଥିଲା । ସେହିପରି ଜିଲ୍ଲାର ବିସ୍ତୃତ ବାର୍ଷିକ ଯୋଜନା ୨୦୨୦-୨୧ କୁ ମଧ୍ୟ ଅନୁମୋଦନ କରାଯାଇଥିଲା ।ଏହି ବୈଠକରେ ଜିଲ୍ଲା ଯୋଜନା କମିଟିର ସମସ୍ତ ସଦସ୍ୟସଦସ୍ୟା ବିଭିନ୍ନ ଦାବି ଉପସ୍ଥାପନା କରିଥିଲେଌିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା କେନ୍ଦ୍ରାପଡାରେ ପ୍ରଭୁ ବଳଦେବଜୀଉଙ୍କ ଯୋଗୁଁ ମରୁଡିରୁ ରକ୍ଷା ପାଇଥିବା ମତବ୍ୟକ୍ତ କରିଥିଲେ । ଜିଲ୍ଲାର ବିଭିନ୍ନ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପ୍ରତିଷ୍ଠା, ନଳକୂପ ପ୍ରତିଷ୍ଠା, ଉଠାଜଳସେଚନ ପଏନ୍ଟ ଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାର ସଂପୃକ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀଗଣ,ଯନ୍ତ୍ରୀଗଣ ଏବଂ ଜନପ୍ରତିନିଧିମାନେ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *