Tuesday , October 3 2023
Breaking News
Home / ବିଶେଷ / ରଟିଲୋ ମହାନଦୀ ପଠା ଜଵରଦଖଲ ପ୍ରସଙ୍ଗ : ହରଡ ଘଣାରେ ପ୍ରଶାସନ,ଏନ୍ ଜି ଟି ଜବରଦଖଲ ଉଚ୍ଛେଦ ପାଇଁ ଅଟଳ,ଏପଟେ ଉଚ୍ଚ ନ୍ୟାୟାଳୟର ରହିତାଦେଶ

ରଟିଲୋ ମହାନଦୀ ପଠା ଜଵରଦଖଲ ପ୍ରସଙ୍ଗ : ହରଡ ଘଣାରେ ପ୍ରଶାସନ,ଏନ୍ ଜି ଟି ଜବରଦଖଲ ଉଚ୍ଛେଦ ପାଇଁ ଅଟଳ,ଏପଟେ ଉଚ୍ଚ ନ୍ୟାୟାଳୟର ରହିତାଦେଶ

 କଟକ ସଦର , ୨୫/୦୮/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): କିଶନନଗର ତହସିଲ ଅନ୍ତର୍ଗତ ରଟିଲୋ  ମୈ।ଜାର ମହାନଦୀ ପଠା ଜବରଦଖଲ ଉଚ୍ଛେଦ କରିଵାକୁ ରାଷ୍ଟ୍ରୀୟ ସଵୁଜ ଟ୍ରିଵ୍ୟୁନାଲ୍ ( ଏନ୍ ଜି ଟି) ଙ୍କ ନିର୍ଦ୍ଦେଶନାମା କାର୍ୟ୍ୟକାରୀତା ଉପରେ କି ପଦକ୍ଷେପ ନିଆଯାଇଛି ତାହାର ଜଵାଵ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ସତ୍ୟପାଠ ଜରିଆରେ ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏପଟେ ଆସନ୍ତା ୨୭ ରେ ବେଆଇନ ଜଵରଦଖଲ ଉଛେଦ ଉପରେ ଓଡିଶା ଉଚ୍ଚ ନ୍ୟାୟାଳୟ ରହିତାଦେଶ ଜାରି କରିଛନ୍ତି। ଏଥିପାଇଁ ଜିଲ୍ଲା ପ୍ରଶାସନ ହରଡ଼ଘଣାରେ ପଡିଥିଵା ମନେହେଉଛି। ପ୍ରକାଶ ଯେ ଉକ୍ତ ନଦୀ ପଠାରେ ଭକ୍ତଙ୍କ ଦାନରେ ଏକ ପଞ୍ଚମୂଖୀ ହନୁମାନ ମନ୍ଦିର ନିର୍ମାଣ ହୋଇଥିଵା ଵେଳେ ଏହାକୁ ଦେଖି ସରକାରୀ ଅନୁଦାନରେ ଅନେକ ଗୁଡ଼ିଏ ବେଆଇନ ନିର୍ମାଣ କରାଯାଇଅଛି।ଏହାକୁ ବିରୋଧ କରି ଗତବର୍ଷ ଏନ୍ ଜି ଟି ନିକଟରେ ମାମଲା ରୁଜୁ ହୋଇଥିଲା। ମାମଲାର ଶୁଣାଣି କରି ଏହାକୁ ଜଵରଦଖଲ ମୁକ୍ତ କରିବାକୁ ଏନ୍ ଜି ଟି କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଗତ ୬ ତାରିଖରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କାର୍ୟ୍ୟକ୍ରମ କୁ ଲୋକେ ବିରୋଧ କରିଵାରୁ ପ୍ରଶାସନ ୧୫ ଦିନ ମହଲତ ଦେଇ ପଛଘୁଞ୍ଚା ଦେଇଥିଲା। ଆଇନଶୃଙ୍ଖଳା ରକ୍ଷା କରି ନିର୍ଦ୍ଦେଶ ପାଳନ କରିବା ଦାୟିତ୍ବ ଜିଲ୍ଲାପାଳଙ୍କ ବୋଲି ଏନ୍ ଜି ଟି କହିଵା ସହିତ ଆସନ୍ତା ମାସ ୩ ତାରିଖ ସୁଦ୍ଧା ବେଆଇନ ନିର୍ମାଣ ଉଛେଦ ସମ୍ପର୍କିତ ସତ୍ୟପାଠ ଦାଖଲ କରିବାକୁ ଜିଲ୍ଲାପାଳ ଙ୍କୁ ନିର୍ଦେଶ ଦେଇଥିଲେ। ଏଥିପାଇଁ ଏନ୍ ଜି ଟି ର ସମୟସୀମା ପୂର୍ଵରୁ ୨୭ ରେ ଜଵରଦଖଲ ଉଛେଦ ସାରିଵାକୁ ପ୍ରଶାସନିକ ସ୍ତରରେ ଚୂଡାନ୍ତ ପ୍ରସ୍ତୁତି ସରିଥିଵା ବେଳେ ଏହାକୁ ଚ୍ୟାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ ହୋଇଥିଲା। ମାମଲାର  ଶୁଣାଣି କରି ଆବେଦନକାରୀ ଙ୍କ ବିରୁଦ୍ଧରେ ପରବର୍ତ୍ତୀ ଶୁଣାଣି ପର୍ୟ୍ୟନ୍ତ କାର୍ୟ୍ୟାନୁଷ୍ଠାନ ହୋଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ପରବର୍ତ୍ତୀ ଶୁଣାଣି ସେହି ୨୭ ତାରିଖକୁ ଧାର୍ୟ୍ୟ ହୋଇଥିବା ବେଳେ ଆବେଦନକାରୀଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି। ପୂର୍ବରୁ ଏନ୍ ଜି ଟି ର କ୍ଷମତା ପରିସର ଭୂକ୍ତ ଉକ୍ତ ମାମଲାକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଥିବା ବେଳେ ଉଚ୍ଚ ନ୍ୟାୟାଳୟ ଙ୍କ ଶୁଣାଣି କୁ ସମସ୍ତ ଙ୍କର ଅପେକ୍ଷା ଥିଵା ଜଣାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *