କେନ୍ଦ୍ରାପଡ଼ା, ୨୫/୦୮/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପୂର୍ବ ସ୍ୱାସ୍ଥ୍ୟ ନିର୍ଦେଶକ ଲୋକପ୍ରିୟ ଚିକିତ୍ସକ ତଥା କେନ୍ଦ୍ରାପଡାର ବରପୁତ୍ର ଡାକ୍ତର ବୈଷ୍ଣବ ଚରଣ ପରିଡାଙ୍କ ବିୟୋଗରେ ଅଗ୍ରଣୀ ସାମାଜିକ ପ୍ରତିଷ୍ଠାନ ମହାକାଳପଡା ବିକାଶ ମଂଚ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବୀତ ତଥା ମଂଚର ଅଧ୍ୟକ୍ଷ କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଶ୍ରଦ୍ଧାଳୁମାନେ ସ୍ୱର୍ଗତ ପରିଡାଙ୍କ ଫଟୋଚିତ୍ରରେ ସାମୁହିକ ମାଲ୍ୟାର୍ପଣ କରି ନୀରବ ପ୍ରାର୍ଥନା କରିବା ପରେ ବେଦପାଠ କରାଯାଇଥିଲା । ପ୍ରାୟୋଜିତ ଶ୍ରଦ୍ଧାଞ୍ଜଳି ସଭାକୁ ବିଶିଷ୍ଟ ଶିକ୍ଷାବୀତ ପ୍ରଣବ କୁମାର ଜେନା ସଂଯୋଜନା କରିଥିବା ବେଳେ ବରିଷ୍ଠ ସମାଜସେବୀ ଧୀରେନ୍ଦ୍ର କୁମାର ପୃଷ୍ଟି, ଶିକ୍ଷାନୀତ ଇଶ୍ୱର ଚନ୍ଦ୍ର ମନ୍ତ୍ରୀ, ଆଶୁକବି ହେମନ୍ତ ଜେନା ଓ ସମାଜସେବୀ ଅକ୍ଷୟ କୁମାର ତରାଇ ପ୍ରମୁଖ ଦିବଗଂତ ବୈଷ୍ଣବ ପରିଡାଙ୍କ ସଫଳ ସେବା ଜୀବନ ଉପରେ ଆଲୋକପାତ କରିଥିଲେ । ଚିକିତ୍ସା ବ୍ୟତିତ ବିଭିନ୍ନ ସାମାଜିକ ଓ ସାହିତ୍ୟାନୁଷ୍ଠାନରେ ତାଙ୍କର ଅନବଦ୍ୟ ଭୂମିକା ତାଙ୍କୁ ସମଗ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଉମାକାନ୍ତ ଦାସ, ଅନ୍ତର୍ଯ୍ୟାମୀ ପଲେଇ, ରମେଶ ଚନ୍ଦ୍ର ସାହୁ ଓ ଗୋଲଖ ବିହାରୀ ନାୟକ ଆଦି ଡାକ୍ତର ପରିଡାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରି ଆମରାର ଅମରତ୍ୱ କାମନା କରିଥିଲେ । ମଂଚର ସମ୍ପାଦକ ବିଚିତ୍ରା ନନ୍ଦ ବାରିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟକ୍ଷ ତଥା ପରିବେଶବୀତ ଶ୍ରୀ ରାଉତରାୟ ଏବଂ ବେଣୁଧର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମଠ ପରିସରରେ ଆମ୍ବ,ବଉଳ, ନିମ୍ବ, କୃଷ୍ଣଚୁଡା ଓ ରାଧାଚୁଡା ପ୍ରଭୃତି ଗଛର ଚାରା ରୋପଣ କରାଯାଇଥିଲା । ଓଡ଼ିଶା ସମାଚାର