Friday , June 2 2023
Breaking News
Home / ବିଶେଷ / ପାରାଦୀପ କଷ୍ଟମ ହାଉସ୍ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ

ପାରାଦୀପ କଷ୍ଟମ ହାଉସ୍ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ

ପାରାଦୀପ ୨୫/୦୮/୨୦୨୧(ଓଡ଼ିଶା ସମାଚାର)- ପାରାଦୀପସ୍ଥିତ କଷ୍ଟମ୍ ହାଉସ୍ ପକ୍ଷରୁ ସ୍ୱଛତା ପକ୍ଷ ଅଗଷ୍ଟ ମାସ ୧୬ ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଇଛି । ଏହି ପରିପ୍ରେକ୍ଷୀ ରେ ଗତ ୨୩ ତାରିଖ ଦିନ ପାରାଦୀପ ସମୁଦ୍ରକୂଳ ବେଳାଭୂମି ଅଂଚଳ ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ପାରାଦୀପ କଷ୍ଟମ ହାଉସ୍ ର ଡେପୁଟି କମିସନର ତରୁଣ କୁମାର ପଣ୍ଡା ଓ ଶ୍ରୀଧର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ସ୍ୱଛତା ପକ୍ଷ ର ଅନ୍ତର୍ଗତ ଏହି ଅଭିଯାନ ରେ କଷ୍ଟମ ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ହୋଇ ଉପକୂଳ ସଫେଇ ରେ ସାମିଲ ହୋଇଥିଲେ । ଏହି ଅଭିଯାନ ରେ ପାରାଦୀପ ବେଳାଭୂମି ରେ ଥିବା ଉଠା ବ୍ୟବସାୟୀମାନଙ୍କୁ ଏସଂପର୍କ ରେ ସଚେତନ କରାଯାଇଛି । ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନ ମାନଙ୍କରେ ଜାରୀ ରହିବ ବୋଲି କଷ୍ଟମ ହାଉସ୍ ପକ୍ଷରୁ ଜଣା ପଡିଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.