Monday , June 27 2022
Breaking News
Home / ବିଶେଷ / ନରେନ୍ଦ୍ରପୁର ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର – ୬୧ ୟୁନିଟ୍ ରକ୍ତ ସଂଗୃହୀତ

ନରେନ୍ଦ୍ରପୁର ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର – ୬୧ ୟୁନିଟ୍ ରକ୍ତ ସଂଗୃହୀତ

ଓଡାପଡା ୨୫/୦୮/୨୦୨୧(ଓଡ଼ିଶା ସମାଚାର)- ଆଜି  “ଯୁବଶକ୍ତି” ସ୍ୱେଚ୍ଛାସେବୀ ସଂଗଠନ ଢେଙ୍କାନାଳ ଓ ନରେନ୍ଦ୍ରପୁର ଯୁବକ ସଂଘ ପକ୍ଷରୁ କୁଶୁପଙ୍ଗା ଗ୍ରାମ ପଞ୍ଚାୟତ ନରେନ୍ଦ୍ରପୁର ଠାରେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟାଜିତ ହୋଇଥିଲା । ଏହି ଶିବିରରେ ୬୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।  ଏହି ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି କଣ୍ଟାବଣିଆ ଥାନା ଅଧିକାରୀ ନିରଞ୍ଜନ ସେଠୀ, ସମ୍ମାନିତ ଅତିଥି ମେରାମଣ୍ଡଳୀ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଗୁଞ୍ଜନ ନାୟକ ଯୋଗଦାନ ଦେଇ କହିଥିଲେ, ରକ୍ତଦାନ ମହାପୁଣ୍ୟ ଆମେ ପ୍ରତି ତିନି ମାସରେ ଥରେ ଲେଖାଏଁ ରକ୍ତଦାନ କରିବା ଉଚିତ୍ । ଏହା ଦ୍ଵାରା ଆମେ ଜଣଙ୍କର ଜୀବନ ବଞ୍ଚାଇବା ସହ ଆମେ ନିଜେ ମଧ୍ୟ ସୁସ୍ଥ ଆଉ ସୁରକ୍ଷିତ ରେ ରହିଥାନ୍ତି ଏବଂ ରକ୍ତ ଭଣ୍ଡାର ଗୋଡ଼ିକ ରେ ସବୁବେଳେ ଦେଖା ଦେଇଥିବା ରକ୍ତ ଅଭାବ କୁ ମଧ୍ୟ ଆମେ ଦୂର କରିଥାନ୍ତି । ଏଣୁ ଆସନ୍ତୁ ଆମେ ସମସ୍ତେ ଶପଥ ନେବା ଆମେ ରକ୍ତଦାନ କରି ନୂତନ ଜୀବନ ଦାନ ଦେଇ ଅନ୍ୟ ମାନଙ୍କ ଜୀବନ ବଞ୍ଚାଇବା ବୋଲି କହିଥିଲେ । ଏହି କାର୍ୟ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ କୁଶୁପଙ୍ଗା ସରପଞ୍ଚ ପଙ୍କଜ ପ୍ରଧାନ, ଟାଟା ଷ୍ଟିଲ ସି.ଏସ.ଆର, ଦିବେଶ ରାୟ, ଆଶୁତୋଷ ଦାସ ସମାଜସେବୀ ବିରଞ୍ଚି ନାୟକ, ମୁନା ନାୟକ, ଚନ୍ଦନ କୁମାର ମିଶ୍ର, ଭିବାରାଣୀ ପାତ୍ର, ମିଡ଼ିଆ ପ୍ରତିନିଧି ନବ କିଶୋର ସାହୁ, ଜଳଧର ସ୍ୱାଇଁ ଏବଂ ସମସ୍ତ ଗ୍ରାମବାସୀ ସାମିଲ ଥିଲେ । ଓଡ଼ିଶା ସମାଚାର

About admin

Check Also

କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଯୁବକ ସଂଘ ୟୁଥ ୱାରିୟର ପକ୍ଷରୁ ସଫେଇ ଅଭିଯାନ

ବାଲିଗୁଡା,୨୬/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ୟୁଥ ୱାରିୟର ପକ୍ଷରୁ ରବିବାର ଟିକାବାଲି ବସଷ୍ଟାଣ୍ଡ ଓ ମେଡିକାଲ ଛକ ଠାରେ ଥିବା …

Leave a Reply

Your email address will not be published. Required fields are marked *