ପାରାଦୀପ ୨୫/୦୮/୨୦୨୧(ଓଡ଼ିଶା ସମାଚାର)- ବିଶ୍ୱ ଜଳବାୟୁ ରେ ବ୍ୟାପକ ପରିବର୍ତନ ଯୋଗୁଁ ଦିନ କୁ ଦିନ ଓଡିଶା ର ସମୁଦ୍ର ଉପକୂଳବର୍ତୀ ସହର ଉତପ୍ତ ହେଲାଣି । ଋତୁଚକ୍ର ରେ ଅନିୟମିତତା ଯୋଗୁଁ ଏହା ହେଉଥିବା ବୁଦ୍ଧିଜୀବୀମାନେ ମତ ଦେଲେଣି । ଶିଳ୍ପାୟନ ଏହାର ଅନ୍ୟତମ କାରଣ ବୋଲି ମଧ୍ୟ ଜଣାପଡିଛି । ବନ୍ଦର ତଥା ଶିଳ୍ପ ସହର ପାରାଦୀପ ତଥା ଏହାର ଆଖପାଖ ଅଂଚଳ ର ତାପମାତ୍ରା କ୍ରମାଗତ ଭାବେ ଗତ ଦୁଇ ସପ୍ତାହ ହେବ ବଢିବା ରେ ଲାଗିଛି । ଶ୍ରାବଣ ମାସ ରେ ପାରାଦୀପ ତଥା ଏହାର ଆଖପାଖ ଅଂଚଳ ଉତପ୍ତ ହେଇଛି । ଲୋକମାନେ ପ୍ରବଳ ଗରମ ରେ ତ୍ରାହିତ୍ରାହି ଡାକିଲେଣି । ପାରାଦୀପ ତୈଳ ବିଶୋଧନାଗାର ର ଚିମିନି ରୁ ଅନବରତ ନିଆଁ ଜଳୁଛି । ପରିବେଶ ଉତପ୍ତ ହେବାର ଏହା ଅନ୍ୟତମ କାରଣ ବୋଲି ତୈଳ ବିଶୋଧନାଗାର ନିକଟବର୍ତୀ ଗାଁ ତ୍ରିଲୋଚନ ପୁର, ଢିଙ୍କିଆ, ନୂଆଗାଁ, କୁଜଙ୍ଗ, ପାରାଦିପ ଗଡ, ପାରାଦୀପ ସହରବାସୀ ଅନୁଭବ କରୁଛନ୍ତି । କାରଣ ଏଠା ରେ ଗରମ ସହ ପ୍ରବଳ ଗୁଳୁଗୁଳି ହେଉଛି । ଏହି ତୈଳ ବିଶୋଧନାଗାର ର ଚିମିନି ରୁ ବାହାରୁ ଥିବା ନିଆଁ ପାରାଦୀପ ଅଂଚଳ ର ବାୟୁମଣ୍ଡଳ କୁ ଉତପ୍ତ କରୁଛି । ଆସାମ ର ବଙ୍ଗାରୀଗାଓଁ ରେ ଥିବା ତୈଳ ବିଶୋଧନାଗାର ରେ ଏହି ଭଳି ଚିମିନି ରୁ ନିଆଁ ବାହାରି ପରିବେଶ କୁ ଉତପ୍ତ କରୁଥିଲା । ଏହାର ପ୍ରଭାବ ଆସାମ ର କାଜିରଙ୍ଗା ପ୍ରାଣୀ ଉଦ୍ୟାନ ଉପରେ ପଡିଥିଲା । ଏହି ପ୍ରାଣୀ ଉଦ୍ୟାନ ର ଜୀବଜନ୍ତୁମାନେ ବହୁଳମାତ୍ରା ରେ ପ୍ରଭାବିତ ହୋଇଥିଲେ । ସେଠାକାର ଲୋକମାନେ, ବୁଦ୍ଧିଜୀବୀମାନେ ବାରମ୍ବାର ଚିମିନି ର ନିଆଁ କୁ ନିୟନ୍ତ୍ରଣ କରିବାକୁ ଦାବି କରିଥିଲେ ମଧ୍ୟ ତୈଳ ବିଶୋଧନାଗାର କର୍ତୃପକ୍ଷ ଏହାକୁ ଅଣଦେଖା କରିଥିଲେ । ବାଧ୍ୟ ହୋଇ ସେମାନେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ର ଆଶ୍ରୟ ନେଇଥିଲେ । ଏହି ଘଟଣା କୁ ହୃଦୟଙ୍ଗମ କରି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ଚିମିନି ନିଆଁ କୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ ବୋଲି କହିଛନ୍ତି ସମାଜସେବୀ ଶ୍ରୀବଲ୍ଲଭ କର । ପାରାଦୀପ ତୈଳ ବିଶୋଧନାଗାର କର୍ତୃପକ୍ଷ ସେହିଭଳି ଭାବେ ପାରାଦିପ ତୈଳ ବିଶୋଧନାଗାର ର ଚିମିନି ନିଆଁ କୁ ନିୁନ୍ତ୍ରଣ କରିବାକୁ ସେ ଦାବି କରିଛନ୍ତି । ଏବେ ଠାରୁ ଯଦି ଏହି ଚିମିନି ନିଆଁ କୁ ନିୟନ୍ତ୍ରଣ କରାନଯାଏ ତେବେ ଆଗକୁ ପାରାଦୀପ ଅଂଚଳ ର ପରିବେଶ, ବାୟୁ ମଣ୍ଡଳ ଆହୁରି ବିଗିଡିଯିବ ବୋଲି ସେ କହିଛନ୍ତି । ଦିନ ଥିଲା ଲୋକମାନେ ଖରା ଦିନେ ଅସହ୍ୟ ତାତି ରୁ ରକ୍ଷା ପାଇବା ପାଇଁ ରାଜ୍ୟ ର ବିଭିନ୍ନ ସମୁଦ୍ର ଉପକୂଳବର୍ତୀ ସହରମାନଙ୍କୁ ଆସୁଥିଲେ । ପୁରୀ, ପାରାଦୀପ, ଗୋପାଳପୁର ଭଳି ସହର କୁ ଆସୁଥିଲେ । ହେଲେ ଏବେ ପରିସ୍ଥିତି ବଦଳି ଗଲାଣି । ବର୍ଷାଦିନେ ପାରାଦୀପ ସହର ତଥା ଏହାର ଆଖପାଖ ଅଂଚଳ ଯେଉଁ ଭଳି ଭାବେ ଉତପ୍ତ ହେଲାଣି ପାରାଦୀପ ଅଂଚଳ ର ଲୋକମାନେ ଗରମ ରୁ ରକ୍ଷା ପାଇଁ ପାରାଦୀପ ସମୁଦ୍ରକୂଳ କୁ ଯାଉଛନ୍ତି । ପାରାଦୀପ ର ସମୁଦ୍ର ବେଳାଭୂମି ସଂଧ୍ୟା ସମୟ ରେ ଲୋକରଣ୍ୟ ହୋଇ ଉଠୁଛି । ପାରାଦୀପ ବେଳାଭୂମି ଅନ୍ୟ ଏକ ବାଲିଯାତ୍ରା ର ଭ୍ରମ ସୃଷ୍ଟି କରୁଛି । ପାରାଦୀପ ସହରବାସୀ, ପାରାଦୀପ ର ବିଭିନ୍ନ ଶିଳ୍ପ ସଂସ୍ଥା ର ଲୋକମାନେ ଗରମ ରୁ ରକ୍ଷା ପାଇବା ପାଇଁ ପାରାଦୀପ ସମୁଦ୍ରକୂଳ କୁ ଭରସା କଲେଣି । ସମୟ ଏଭଳି ନହେଉ ହେଲା କରୁ କରୁ ପାରାଦୀପ ଅଂଚଳବାସୀଙ୍କ ଭେଳା ବୁଡି ନଯାଉ ବୋଲି ଶ୍ରୀ କର କହିଛନ୍ତି । ଓଡ଼ିଶା ସମାଚାର