ପାରାଦୀପ ୨୫/୦୮/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ର ଫୋର୍ ଟି ମାଲିକ ସଂଘ ରେ ଲାଗି ରହିଥିବା ଦୀର୍ଘ ଦିନ ର ବିବାଦ ର ଅନ୍ତ ଘଟିଛି ବୋଲି ଏ ସଂପର୍କ ରେ ସଂଘ ପକ୍ଷରୁ ବୁଧବାର ଦିନ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସ୍ପଷ୍ଟ କରିଛନ୍ତି ସଂଘ ର ସଭାପତି ସେକ୍ ବସିର ଅଲ୍ଲୀ ଓ ସଂପାଦକ ଜଗନ୍ନାଥ ପରିଜା । ସଂଘ ର ପୂର୍ବତନ ସଂପାଦକ ବାମଦେବ ସାହୁ ସଂଘ ର ସାଧାରଣ ପରିଷଦ ବୈଠକ ରେ ବହିଷ୍କୃତ ହୋଇଥିଲେ । ଏହା ପରେ ସେ କ୍ଷମତା କୁ ଜାବୁଡି ଧରି ବହୁ ଅଗଣତାନ୍ତ୍ରିକ କାର୍ଯ୍ୟ କରିଥିବା ନେଇ ସଂଘ ପକ୍ଷରୁ ଅଭିଯୋଗ ହୋଇଥିଲା । ଏ ସଂପର୍କ ରେ ଉଭୟ ଅଦାଳତ ର ଆଶ୍ରୟ ନେଇଥିଲେ । ସଂଘ ର ପୂର୍ବତନ ସଭାପତି ସ୍ୱର୍ଗତ ଶଶିକାନ୍ତ ହାତୀ ଙ୍କ ମୃତ୍ୟୁ ପରେ ତତକାଳୀନ କାର୍ଯ୍ୟକାରୀ ସଭାପତି ସେକ୍ ବସିର ଅଲ୍ଲୀ କାମଚଳା ସଭାପତି ଭାବେ ଦାୟିତ୍ୱ ନେଇଥିଲେ । ଏହାର ସୁ୍ଯୋଗ ନେଇ ତତକାଳୀନ ସଂପାଦକ ବାମଦେବ ସାହୁ ସଂଘ ର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚଂଚକତାର ସହ ହଡପ କରି ବ୍ୟାପକ ଅନିୟମିତତା କରିଥିଲେ । ସଂଘ ଆଇଜେଆର୍ ର ଦ୍ୱାରସ୍ତ ହୋଇଥିଲା । ସଂଘ ର ସାଧାରଣ ପରିଷଦ ବୈଠକ ରେ ସଂପାଦକ ବାମଦେବ ସାହୁଙ୍କୁ ସଂପାଦକ ପଦବୀ ରୁ ବହିଷ୍କାର କରାଯାଇ ଜଗନ୍ନାଥ ପରିଡା ଙ୍କୁ ମନୋନୀତ କରାଯାଇଥିଲା । ଏସବୁ କାଗଜପତ୍ର କୁ ସଂଘ ପକ୍ଷରୁ ଆଇଜେଆର୍ ରେ ଦାଖଲ କରାଯାଇଥିଲା । ମାନ୍ୟବର ଆଇଜେଆର୍ ଏହି ସମସ୍ତ କାଗଜପତ୍ର କୁ ଦେଖି ଗତ ୨୪ ତାରିଖ ଦିନ ନୂତନ କର୍ମକର୍ତା ଭାବେ ସଭାପତି ସେକ୍ ବସିର ଅଲ୍ଲୀ , ଉପସଭାପତି ରବିନ୍ଦ୍ର ନାଥ ବସନ୍ତିଆ, ଅନ୍ୟତମ ଉପସଭାପତି ଭାବେ ସଂଜୟ ଦାସ, ସଂପାଦକ ଜଗନ୍ନାଥ ପରିଜା. ଯୁଗ୍ମ ସଂପାଦକ ରବିନ୍ ପ୍ରିତମ୍ , ଅନ୍ୟତମ ଯୁଗ୍ମ ସଂପାଦକ ସଂଜୟ ସ୍ୱାଇଁ ଓ କୋଷାଧ୍ୟକ୍ଷ ଭାବେ ସୁରେନ୍ଦ୍ର ମହାନ୍ତ ଙ୍କୁ ସ୍ୱୀକୃତି ଦେଇଥିବା ସଂଘ ର ସଭାପତି ଓ ସଂପାଦକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଥିଲେ । ଆଗାମୀ ଦିନ ରେ ସଂଘ ଏହାର ସଦସ୍ୟମାନଙ୍କ ସ୍ୱାର୍ଥ ରକ୍ଷା ନିମନ୍ତେ ତାର କାର୍ଯ୍ୟକ୍ରମ ଜାରୀ ରଖିବ ବୋଲି କର୍ମକର୍ତାମାନେ କହିଛନ୍ତି । ଓଡ଼ିଶା ସମାଚାର