Saturday , March 25 2023
Breaking News
Home / ବିଶେଷ / ଜୋରିମାନା ନୋଟିସ ପାଇ ଫାଙ୍କି ପାରିବେନି ଟ୍ରାଫିକ ଆଇନ୍ ଉଲ୍ଲଂଘନକାରୀ

ଜୋରିମାନା ନୋଟିସ ପାଇ ଫାଙ୍କି ପାରିବେନି ଟ୍ରାଫିକ ଆଇନ୍ ଉଲ୍ଲଂଘନକାରୀ

 କଟକ ସଦର , ୨୫/୦୮/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ଜୋରିମାନା ନୋଟିସ ପାଇ ଏଣିକି ଫାଙ୍କି ପାରିଵେନି ଟ୍ରାଫିକ ଆଇନ୍ ଉଲ୍ଲଂଘନକାରୀ।୧୫ ଦିନ ମଧ୍ୟରେ ଜୋରିମାନା ଅର୍ଥ ପୈଠ ନକଲେ ଉଲ୍ଲଂଘନକାରୀଙ୍କ ପାଖକୁ ଅଦାଲତରୁ ସିଧାସଳଖ ସମନ ଜିଵ ଵୋଲି ଜଣାଯାଇଛି। ଏହି ସମନ ଆଧାରରେ ଜୋରିମାନା ଆଦାୟ ହେଵ। ଯଦି ଏଥିରେ କେହି ଖିଲାପ କରନ୍ତି ସେମାନଙ୍କ ପାଖକୁ ଅଦାଲତରୁ ପରୱ।ନା  ( ୱ।ରେଣ୍ଟ) ପଠାଯିଵ। ଟ୍ରାଫିକ ଆଇନ ଉଲ୍ଲଂଘନ କରିଥିବା ହଜାର ହଜାର ସଂଖ୍ୟାର ପଡିରହିଥିବା ଚାଲାଣରୁ ଜୋରିମାନା ଅନାଦେୟ ହୋଇ ପଡିରହିଥିବାକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ବ୍ୟବସ୍ଥା ନୂତନ ଭାବେ ହୋଇଥିଵାରୁ ଏଵେ ସିଧାସଳଖ ଅଦାଲତରେ ଫାଇଲ୍ ଦାଖଲ ହୋଇଛି। କିନ୍ତୁ ଆଗକୁ ଏହା ଅନଲାଇନ୍ ଯୋଗେ ପଠାଯିଵ ଏବଂ ଇ- ଅଦାଲତ ସହ ଟ୍ରାଫିକ ଵିଭାଗକୁ ସଂଯୋଗ କରାଯିଵ। ଅନଲାଇନ୍ ଯୋଗେ ଅଦାଲତକୁ ଆଇନ୍ ଉଲ୍ଲଂଘନକାରୀଙ୍କ ମାମଲା ପଠାଯିଵ ଵୋଲି ଜଣାପଡିଛି। ଓଡ଼ିଶା ସମାଚାର

Leave a Reply

Your email address will not be published.