Sunday , October 1 2023
Home / ବିଶେଷ / ଓଡିଶା ରାଜ୍ୟ ମହିଳା ଆୟୋଗ ଆନୁକୂଲ୍ୟରେ ଆଇନ୍ ସଚେତନତା କାର୍ଯ୍ୟକ୍ରମ

ଓଡିଶା ରାଜ୍ୟ ମହିଳା ଆୟୋଗ ଆନୁକୂଲ୍ୟରେ ଆଇନ୍ ସଚେତନତା କାର୍ଯ୍ୟକ୍ରମ

ଜଗତସିଂହପୁର, ୨୫/୦୮/୨୦୨୧(ଓଡ଼ିଶା ସମାଚାର)- ବୁଧବାର ପୂର୍ବାହ୍ନରେ ଆଦିକବି ସାରଳା ଦାସ ସଂସ୍କୃତି ଭବନ ପରିସରରେ ଓଡିଶା ରାଜ୍ୟ ମହିଳା ଆୟୋଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏକ ଆଇନ୍ ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ଯୋଗଦେଇ ଅଧ୍ୟକ୍ଷା,ଓଡିଶା ରାଜ୍ୟ ମହିଳା ଆୟୋଗ ଡକ୍ଟର ମିନତି ବେହେରା କହିଲେ ଗୋଟିଏ ପ୍ରଗତିଶୀଳ,ସମୃଦ୍ଧ ରାଷ୍ଟ୍ର ଗଠନ କରିବାକୁ ୁହେଲେ ମହିଳା ମାନଙ୍କର ଉନ୍ନତି ନିତ୍ୟାନ୍ତ ଆବଶ୍ୟକ । ମହିଳା ମାନେ କିଭଳି ସମାଜରେ ଆତ୍ମ ସମ୍ମାନର ସହିତ ନିଜର ଅଧିକାରକୁ ଅକ୍ଷୁର୍ଣ୍ଣ ରଖି ଜୀବନ ନିର୍ବାହ କରିବେ ସେଥିପାଇଁ ମହିଳା କମିଶନ ସଦା ଜାଗ୍ରତ ରହିଛି । ମହିଳା ମାନେ ସେମାନଙ୍କ ଏ ଅଧିକାରକୁ ଭଲ ଭାବରେ ଜାଣିଲେ ହିଁ ସେମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ପ୍ରୟାସ କରିବେ । ମହିଳା ଓ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ସମାଜରେ କିଛି ଅସାମାଜିକ ମଣିଷ ପାଇଁ ନାରୀ ପ୍ରତି ଘରୋଇ ହିଂସା,ଯୌନ ନିର୍ଯ୍ୟାତନା ହେଉ ସାମାଜିକ ,ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ । ସେଥିପାଇଁ ୧୯୯୩ ମସିହାରେ ରାଜ୍ୟ ମହିଳା ଆୟୋଗ ଗଠିତ ହୋଇଛି । ରୁଲ ୨୦୦୬ ଅନୁଯାୟୀ ଏହି ଆୟୋଗର ମୁଖ୍ୟ ଉଦ୍ଧେଶ୍ୟ ହେଉଛି କିଭଳି ମହିଳାମାନେ ସମ୍ମାନର ସହିତ ଜୀବନ ନିର୍ବାହ କରିବେ । ମହିଳା ମାନେ ଶିକ୍ଷା,ସ୍ୱାସ୍ଥ୍ୟ,ସାମାଜିକ ବିଧି ବ୍ୟବସ୍ଥା ଓ କର୍ମ କ୍ଷେତ୍ରରେ ନିର୍ଯ୍ୟାତନା,ଆତ୍ମ ସମ୍ମାନରେ ବାଧା ଆସିଲେ ସାଧା କାଗଜରେ ମହିଳା ଆୟୋଗକୁ ଆବେଦନ କରିପାରିବେ । ମହିଳା ଆୟୋଗ ଦୁଇପକ୍ଷ ମଧ୍ୟରେ ଆପୋଷ ସମାଧାନ କରିଥାଏ । ଆଜି ମହିଳାମାନେ ଆର୍ଥିକ ସମୃଦ୍ଧ ଓ ସଶକ୍ତ ହେଲେଣି । ଏହି ଶିବିରରେ ଅଧ୍ୟକ୍ଷତା କରି ଜିଲ୍ଲ୍ାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଆୟୋଗ ପକ୍ଷରୁ ଜିଲ୍ଲାରେ ଏହିଭଳି ସଚେତନତା ଶିବିର ଆୟୋଜିତ ହୋଇଥିବାରୁ ଅଧ୍ୟକ୍ଷାଙ୍କୁ ଧନ୍ୟବାଦ ଜଣାଇଥିଲେ । ଜିଲ୍ଲାପାଳ କହିଲେ ମୁଁ ଗର୍ବିତ ମନେ କରୁଛି ଜଗତସିଂହପୁର ଜିଲ୍ଲାରେ ବହୁଦକ୍ଷ ପ୍ରତିଭାବାନ୍ ମହିଳା ସରକାରୀ ଅଧିକାରୀ ଅଛନ୍ତି ଯେଉଁମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ କେବଳ ରାଜ୍ୟରେ ନୁହେଁ ସମଗ୍ର ଦେଶରେ ନାଁ କରିଛନ୍ତି । ସେମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ,ଅତିରିକ୍ତ ଜିଲ୍ଲାପାଳ,୬ଜଣ ତହସିଲଦାର ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ,ରାଜସ୍ୱ ସହାୟିକା ମାନେ ଅତି ଦକ୍ଷତାର ସହ କାର୍ଯ୍ୟ କରୁଛନ୍ତି । ତହସିଲରେ ଅଧିକ ମହିଳା ରାଜସ୍ୱ ନିରୀକ୍ଷକ ଅଛନ୍ତି । ବୁଣାକାର ମହିଳା ଉତ୍ପାଦକ ଗୋଷ୍ଠୀମାନଙ୍କର ଉତ୍ପାଦନ ସାମଗ୍ରୀ ବିକ୍ରୟ ପାଇଁ ଅଳକା ସେଲ କାଉଣର ଖୋଲିଛି । ଜଇପୁର ବୟନ ଗ୍ରାମକୁ ଯଥେଷ୍ଟ ସହାୟତା ଦିଆଯାଇଛି । ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରୀ ରଖିଛି । ଏହି ଆଇନ୍ ସଚେତନତା ଶିବିରରେ ୮ଜଣ ମହିଳା କୋଭିଡ୍ ଓାରିଅର୍ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆଶାକର୍ମୀ ପ୍ରିୟତମା ଓଝା,ଅଙ୍ଗନବାଡୀ କର୍ମୀ ସୌଦାମିନୀ ତ୍ରିପାଠୀ ,ଜିଲ୍ଲା ମୁଖ୍ୟ ଚିକତ୍ିସାଳୟର ମେଡିକାଲ ଅଫିସର ଡା.ସ୍ୱର୍ଣ୍ଣଲତା ଦେବୀ,ଷ୍ଟାଫନର୍ସ ଶ୍ରୀମତୀ ସୁଧାଶୁଂ ମାଳିନୀ ଦାସ,ଶ୍ରୀ ଗଣେଶ ମହିଳା ସ୍ୱୟଂ ସହାୟକ ଦଳ,ତେନ୍ତୁଳିଆ,ବିରିଡି,ମହିଳା ଆଡଭୋକେଟ୍ ସୁଷମା ପ୍ରଧାନ,ସୁରକ୍ଷା ଅଧିକାରୀ ଶ୍ରୀମତୀ ଗୈାରୀ ଦେଈ,ସଖୀ ସେଣର ସଦସ୍ୟା ସୌମ୍ୟା ମହାନ୍ତିଙ୍କୁ ଅଧ୍ୟକ୍ଷା ଓ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲାରେ ଦକ୍ଷତାର ସହିତ କୋଭିଡ୍ ପରିଚାଳନା କରିଥିବାରୁ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ମହିଳା ଆୟୋଗ ଅଧ୍ୟକ୍ଷା ସମ୍ବର୍ଦ୍ଧିତ କରିଥିଲେ । ଏହି ଶିବିରରେ ଯୋଗଦେଇ ମହିଳା କମିଶନ ସଦସ୍ୟା ଶ୍ରୀମତୀ ସ୍ନେହାଂଜଳୀ ମହାନ୍ତି,ଶ୍ରୀମତୀ ସ୍ୱର୍ଣ୍ଣଲତା ସାମଲ ପକ୍ସୋ ଆଇନ୍,ମହିଳା ସୁରକ୍ଷା,କନ୍ୟାଭ୍ର୍ଣ ହତ୍ୟା ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ଓଡିଶା ରାଜ୍ୟ ମହିଳା ଆୟୋଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ବିଜୟା ବର୍ଓା ହିନ୍ଦୁ ଉତରାଧିକାର ଆଇନ୍,ସାଇବର କ୍ରାଇମ୍ ଓ ପୋଲିସ୍ ର ଭୂମିକା ସଂପର୍କରେ ମହିଳାମାନଙ୍କୁ ଅବଗତ କରାଇଥିଲେ । ସ୍ଥାନୀୟ ମହିଳାମାନଙ୍କ ସମସ୍ୟା ସଂପର୍କରେ ଶ୍ରୀମତୀ ରେଣୁବାଳା ସାସମଲ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ଶ୍ରୀମତୀ ସ୍ୱର୍ଣ୍ଣଲତା ନାୟକ ସ୍ୱାଗତ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରୋଟେକସନ୍ ଅଫିସର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *