କେନ୍ଦ୍ରାପଡ଼ା,୨୫/୦୮/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୧୫ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଡ଼େରାବିଶି ବ୍ଲକ୍ ରେ ୩ ଜଣ ଚିହ୍ନଟ ହୋଇଥିବାବେଳେ ଗରଦପୁର ବ୍ଲକ୍ ରେ ଜଣେ, କେନ୍ଦ୍ରାପଡ଼ା ବ୍ଲକ୍ ରେ ୬ ଜଣ, ମାର୍ଶାଘାଇ ବ୍ଲକ୍ ରେ ଜଣେ,ରାଜକନିକା ବ୍ଲକ୍ ରେ ଜଣେ, ରାଜନଗର ବ୍ଲକ୍ ରେ ଜଣେ ଓ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିରେ ୨ ଜଣ ଏହିପରି ମୋଟ୍ ୧୫ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର