Saturday , March 25 2023
Breaking News
Home / ବିଶେଷ / ଅନଶନରତ ପରିବେଶବିତ ତଥା ସାମାଜିକ କର୍ମୀ ଶ୍ରୀକାନ୍ତ ନାୟକଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଟିଲେ ତେଜେଶ୍ୱର ପରିଡ଼ା

ଅନଶନରତ ପରିବେଶବିତ ତଥା ସାମାଜିକ କର୍ମୀ ଶ୍ରୀକାନ୍ତ ନାୟକଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଟିଲେ ତେଜେଶ୍ୱର ପରିଡ଼ା

କେନ୍ଦ୍ରାପଡ଼ା, ୨୫/୦୮/୨୦୨୧(ଓଡ଼ିଶା ସମାଚାର)- ଖରସ୍ରୋତା ନଦୀ ଜଳ ବିବାଦକୁ ନେଇ ଅନଶନ ଜାରି ରଖିଥିବା ପରିବେଶବିତ ତଥା ସାମାଜିକ କର୍ମୀ ଶ୍ରୀକାନ୍ତ ନାୟକଙ୍କୁ ଆଜି ପୂର୍ବାହ୍ନରେ ପୂର୍ବତନ ଖଦି ବୋର୍ଡ଼ ସଭାପତି ତଥା ଯୁବ ନେତା ତେଜେଶ୍ୱର ପରିଡ଼ା, କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଟିଛନ୍ତି । ଶ୍ରୀ ପରିଡ଼ା ଶ୍ରୀକାନ୍ତ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ, ତାଙ୍କ ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ନେବା ପାଇଁ ଡାକ୍ତରଖାନା କର୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ।
ପରିବେଶବିତ ତଥା ସାମାଜିକ କର୍ମୀ ଶ୍ରୀ ଶ୍ରୀକାନ୍ତ ନାୟକଙ୍କ ଅନଶନ ଦୀର୍ଘ ଦିନ ହେଲା ଚାଲିଥିବାରୁ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭବିଷ୍ୟତରେ ଜଟିଳ ଓ ସଂକଟାପନ୍ନ ହେବାର ସମ୍ଭାବନା ଥିବାରୁ ତୁରନ୍ତ ତାଙ୍କର ବିଭିନ୍ନ ଦାବି ସମ୍ପର୍କରେ ପ୍ରଶାସନ ଓ ସରକାରଙ୍କର ଏକ ଉଚ୍ଚସ୍ତରୀୟ କମିଟି ଓ ସମ୍ପୃକ୍ତ ପ୍ରଶାସନିକ ବିଭାଗ ଯଥା ଜଙ୍ଗଲ ଓ ପରିବେଶ ବିଭାଗ, ଜଳ ସମ୍ପଦ ବିଭାଗ ର ଉଚ୍ଚ କର୍ତୃପକ୍ଷ ତାଙ୍କୁ ଭେଟି ବିସ୍ତୃତ ଆଲୋଚନା କରିବା ଆବଶ୍ୟକ ବୋଲି ଶ୍ରୀ ପରିଡ଼ା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.