Monday , September 25 2023
Breaking News
Home / ବିଶେଷ / ୨୭ରେ ଭଦ୍ରକ ବୃହତ ପାଇପ ଜଳ ପ୍ରକଳ୍ପ ସମ୍ପର୍କିତ ଆଲୋଚନା ପାଇଁ ବୈଠକ ଡାକିଲା ପ୍ରଶାସନ

୨୭ରେ ଭଦ୍ରକ ବୃହତ ପାଇପ ଜଳ ପ୍ରକଳ୍ପ ସମ୍ପର୍କିତ ଆଲୋଚନା ପାଇଁ ବୈଠକ ଡାକିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୨୪/୦୮/୨୦୨୧(ଓଡ଼ିଶା ସମାଚାର)- ଚଳିତମାସ ୨୭ତାରିଖରେ ଭଦ୍ରକ ବୃହତ ପାଇପ ଜଳ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିବା ପାଇଁ ବୈଠକ ଆହୂତ କରିଛି ଜିଲ୍ଲା ପ୍ରଶାସନ । ଏହି ବୈଠକ ଚଳିତମାସ ୨୪ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ୧୧ଟା ସମୟରେ ହେବା ପାଇଁ ପୂର୍ବରୁ ପ୍ରଶାସନ ଠିକ କରି ଖରସ୍ରୋତା ସଂଗ୍ରାମ ସମିତିର ସଦସ୍ୟ ଏବଂ ସ୍ଥାନୀୟ ପଂଚାୟତୟତ ଗୁଡିକର ସଦସ୍ୟମାନଙ୍କୁ  ଟେଲିଫୋନ ଯୋଗେ ଅବଗତ କରାଯାଇଥିଲା । ଏହିଦିନ ଖରସ୍ରୋତା ସଂଗ୍ରାମ ସମିତିର ଅନ୍ୟ କାର୍ଯ୍ୟକ୍ରମ ଥିବା ହେତୁ ସେମାନେ ବୈଠକକୁ ସ୍ଥଗିତ ରଖି ଚଳିତ ସପ୍ତାହରେ ଅନ୍ୟଦିନ ବୈଠକ ଆହୂତ କରିବାକୁ ଅନୁରୋଧ କରିଛନ୍ତି । ତେଣୁ ଏହି ବୈଠକ ଚଳିତ ସପ୍ତାହର ତା ୨୭.୦୮.୨୦୨୧ରିଖ ଶୁକ୍ରବାର ଦିନ ୧୧ଘଟିକା ସମୟରେ ଆହୂତ କରାଯିବାକୁ ଧାର୍ଯ୍ୟ କରାଗଲା । ଏହି ବୈଠକରେ ଖରସ୍ରୋତା ବଂଚାଓ ସଂଗ୍ରାମ ସମିତିର ନେତୃମଣ୍ଡଳୀ/ସଦସ୍ୟଗଣ ଯୋଗଦେଇ ଆଲୋଚନାକୁ ସଫଳ କରିବାକୁ ଉପଜିଲ୍ଲାପାଳ ନିରଞ୍ଜନ ବେହେରା ଅନୁରୋଧ କରିଛନ୍ତି ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *