Monday , September 25 2023
Breaking News
Home / ରାଜନୀତି / ସ୍ୱ।ଭିମାନୀ ନେତା ଵିଜୟ ମହାପାତ୍ର ନିଜେ କୋଣଠେସା ହୋଇଛନ୍ତି ନା ଵିଜେପି ତାଙ୍କୁ କୋଣଠେସା କରିଛି,ସୈ।ଜନ୍ୟତା ଆଉ କେତେ ଦିନ !

ସ୍ୱ।ଭିମାନୀ ନେତା ଵିଜୟ ମହାପାତ୍ର ନିଜେ କୋଣଠେସା ହୋଇଛନ୍ତି ନା ଵିଜେପି ତାଙ୍କୁ କୋଣଠେସା କରିଛି,ସୈ।ଜନ୍ୟତା ଆଉ କେତେ ଦିନ !

 କଟକ ସଦର, ୨୪/୦୮/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ଦିନଥିଲା ଓଡ଼ିଶାର ଧୁରନ୍ଧର ଓ ବିଚକ୍ଷଣ ନେତା ହରେକୃଷ୍ଣ ମହତାବ ଓ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରେ ଲୋକେ ଵିଜୟ ମହାପାତ୍ର ଙ୍କୁ ହିଁ ବୁଝିଥିଲେ। ହେଲେ ଦିନ କେଇଟା ପରେ ଵିଜୁ ଜନତା ଦଳ ଗଠନର ପ୍ରମୁଖ ବିନ୍ଧାଣି ଵିଜୟ ମହାପାତ୍ର ସମୟ ଚକ୍ରରେ ଘର ତିଆରି କରି ମଧ୍ୟ ଘରେ ରହିଵାର ସୁଯୋଗ ପାଇପାରିଲେ ନାହିଁ।ଭାଗ୍ୟ ଓ ସମୟ ତାଙ୍କୁ ସାଥ୍ ନଦେଵାରୁ ନିଜେ ଗଢିଥିଵା ନୂଆଦଳ ଓଡିଶା ଗଣପରିଷଦ ଓ ଜନଶକ୍ତି ଦୁଇଟିକୁ ଭାଙ୍ଗି ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ପରାମର୍ଶକ୍ରମେ ଵିଜେପିରେ ଯୋଗ ଦେଲେ। ହେଲେ ଵିଜେଡିର କଳ,ବଳ କୈ।ଶଳ ତାଙ୍କୁ ପାଟକୁରାରୁ ବିଧାନସଭାକୁ ପୁରାଇଵାର ସୁଯୋଗ ଦେଲା ନାହିଁ। ତଥାପି ରାଜ୍ୟର ଵୃହତର ସ୍ୱ।ର୍ଥକୁ ଦେଖି ଘରେ ଚୁପ୍ ହୋଇ ଵସି ନରହି ରାଜ୍ୟ ର ଵଡ ଵଡ ଇସୁକୁ ଲୋକଲୋଚନକୁ ଆଣି ବିଜେଡି କୁ ଅଡ଼ୁଆରେ ପକାଉଥିଵା ଅନେକ ନଜିର ଅଛି। ହେଲେ ଵିଜୟଙ୍କ ଏତାଦୃଶ କାର୍ୟ୍ୟ ପାଇଁ ଵିଜେପି ଅସୁଖି ଥିଵା ଵେଳେ ତାଙ୍କୁ କୋଣଠେସା କରିଥିଵା ଅଭିଯୋଗ ହେଉଛି। ଵିଜୟ ବିଜେପିକୁ ଯିଵା ପରେ ଲୋକଙ୍କ ଧାରଣା ଥିଲା ଯେ ଵିଜେଡିର ପତନ ନିଶ୍ଚୟ ହେଵ। ହେଲେ କେତେକ ଙ୍କ ପାଇଁ ନହୋଇ ଵରଂ ବିଜେଡି ର ଉତ୍ଥାନ ହେଲା। କିଛି ନ୍ୟସ୍ତ ସ୍ୱାର୍ଥ ନେତା ନିଜନିଜର ପଦପଦବୀ ଵଜାୟ ରଖିବାକୁ ବିଜେଡି ସହିତ ଅଘୋଷିତ ସନ୍ଧି କରି ନିଜର ବ୍ୟକ୍ତିଗତ ଫାଇଦା ଉଠାଇଵାରେ ସକ୍ଷମ ହେଲେ। ସେହିପରି ରାଜ୍ୟ ବିଜେପି ପ୍ରମୁଖ ବିରୋଧୀ ଦଳ ଭାଵେ ରାଜ୍ୟ ସରକାରଙ୍କୁ ବିଭିନ୍ନ କାର୍ୟ୍ୟକ୍ରମ ଜରିଆରେ ବିରୋଧ କରିଆସୁଥିଵା ଵେଳେ କେନ୍ଦ୍ର ଵିଜେପି ବିଜେଡି କାର୍ୟ୍ୟରେ ଶତମୂଖ ହୋଇ ଶଂଖକୁ ପ୍ରଶଂସାର ପଦ୍ମ ପାଖୁଡାରେ ପୋତି ପକାଇଵା ଲୋକଙ୍କ ପାଖକୁ ଭିନ୍ନ ସନ୍ଦେଶ ଯାଉଛି। ସେଥିରେ ଏଵେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଵିଜୟଙ୍କ ଵାସଭଵନକୁ ଯାଇଁ ସୈ।ଜନ୍ୟମୂଳକ ସାକ୍ଷାତ ଆଲୋଚନା କରି ଯାଇଥିଵା ଜଣାଯାଇଛି। ଏ ସୈ।ଜନ୍ୟତା ଆଉ କେତେ ଦିନ ଵୋଲି ପ୍ରଶ୍ନ ହେଉଥିବା ଵେଳେ ଆଗାମୀ ପଞ୍ଚାୟତରାଜ ଭୋଟ ମୁଣ୍ଡ ଉପରେ ଚକର କାଟିଲାଣି। ଵିଜେପିର ଧାରଣା ଵିଜୟଙ୍କୁ ଯଦି କୈାଣସି ଗୁରୁତ୍ୱପୂର୍ଣ୍ଣ ପଦପଦବୀ ରେ ରଖାଯାଏ ତେଵେ ଅନ୍ୟମାନଙ୍କର ପତିଆରା କ୍ଷୁର୍ଣ୍ଣ ହେଵ। ଦିନଥିଲା ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱାଭିମାନୀ ନେତା ଵିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ତଥା ସୁପର ଚିଫମିନୀଷ୍ଟର କୁହାଯାଉଥିଵା ବିଜୟଙ୍କୁ ଵିଜେପି ଗୁରୁତ୍ୱ ଦେଲେ ବିଜେପିର ଉତ୍ଥାନ ମନେକରାଯାଏ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *