ସାଲେପୁର, ୨୪/୦୮/୨୦୨୧ (ଓଡିଶା ସମାଚାର/ ଅଭୟ ଜେନା )- ସାଲେପୁର ସାମ୍ବାଦିକ ସଂଘ ର ସାଧାରଣ ପରିଷଦବୈଠକ ଓ ବନ୍ଧୁ ମିଳନ ସ୍ଥାନୀୟ ବିଶ୍ଵେଶ୍ଵର ମହାଦେବ ଙ୍କ ମଣ୍ଡପରେ ପବିତ୍ର ଗମ୍ହାପୁର୍ଣିମା ଓ ରକ୍ଷାବନ୍ଧନ ଅବସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ପ୍ରଥମେ ମନ୍ଦିର ରେ ପୂଜା ପାଠ ଓ ରାକ୍ଷୀ ବନ୍ଧନ ପରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା।ବରିଷ୍ଠ ସଦସ୍ୟ ଅଭୟ ଜେନା ଙ୍କ ପୌରୋହିତ୍ୟରେ ସଂଘ ର ପୁନର୍ଗଠନ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ନୂତନ କର୍ମକର୍ତ୍ତା ଭାବେ ବରିଷ୍ଠ ସାମ୍ବାଦିକ ଅଭୟଜେନା ମହାସଚିବ ,ସଭାପତି ସାରଦା ପ୍ରସନ୍ନ ପଣ୍ଡା,ସାଧାରଣ ସଂପାଦକ ବିସ୍ମିତ ଜେନା, ଉପ ସଭାପତି ବିନୟ ଦାଶ ,ସହ ସଂପାଦକ ମହେଶ୍ୱର ବେହେରା ,କୋଷାଧ୍ୟକ୍ଷ ତାରାକାନ୍ତ ନାୟକ,ମୁଖ୍ୟ ଉପଦେଷ୍ଟା ମନୋଜ ଆଚାର୍ଯ୍ୟ, ଆଡ଼ଭୋକେଟ ଅରୁଣୋଦୟ ମହାନ୍ତି ଓ ସଂଯୋଜକ ଭାବେ ସୁବାଶିଷ ବସନ୍ତରାୟ, ରାକେଶ ଭୂୟାଁ, ତୁଷାର ଜ୍ୟୋତି ନାୟକ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି।ଶେଷରେ ଆନନ୍ଦ ବଜାର ରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ କୁ ବରିଷ୍ଠ ସଦସ୍ୟ ରତ୍ନାକର ବାରିକ, ଅରବିନ୍ଦ ଭୂୟାଁ,ସ୍ବଦେଶ ଜେନା, ପ୍ରଦୀପ୍ତ ଶତପଥି, ଅକ୍ଷୟ ଦାଶ, ରତିକାନ୍ତ ମହାରଣା, ଜାନକୀ ବଲ୍ଲଭ ରାଉତ, ହରିହର ସାହୁ, ଅକ୍ଷୟ ଗୋଛୟତ, ହେମନ୍ତ ଦାଶ, ଇତି କାନ୍ତ ମହାନ୍ତି, ସୁରେନ୍ଦ୍ରମହାପାତ୍ର, ହେମନ୍ତ ନନ୍ଦ, ତାପସ ଦାସ, ଇଜ଼ାଜ ଖାଁ, ଯୋଗେନ୍ଦ୍ରବିଶ୍ୱାଳ, ଦିବାକର ରାଉତ, ଅଭିମନ୍ୟୁ ନାୟକ, ରଞ୍ଜନ ବାରିକ,ସଂଯୁକ୍ତା ସାହୁ, ସୁଜାତା ଗୋସ୍ୱାମୀ ପ୍ରମୁଖ ଯୋଗ ଦେଇ ଥିଲେ। ଓଡିଶା ସମାଚାର