Wednesday , May 31 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ସର୍ବ ଭାରତୀୟ ସୁନା ଦୋକାନ ବନ୍ଦକୁ ସମର୍ଥନ

ସର୍ବ ଭାରତୀୟ ସୁନା ଦୋକାନ ବନ୍ଦକୁ ସମର୍ଥନ

କେନ୍ଦ୍ରାପଡ଼ା, ୨୪/୦୮/୨୦୨୧(ଓଡ଼ିଶା ସମାଚାର)-ସର୍ବ ଭାରତୀୟ ସୁନା ଦୋକାନ ବନ୍ଦକୁ କେନ୍ଦ୍ରାପଡ଼ା ସ୍ୱର୍ଣ୍ଣକାର ସଂଘ ସମର୍ଥନ ଜଣାଇଛି । ଫଳରେ ସୋମବାର କେନ୍ଦ୍ରାପଡ଼ା ଜିଲାରେ ସମସ୍ତ ସୁନା ଦୋକାନ ବନ୍ଦ ରହିଥିଲା । ଏହି ବନ୍ଦ ଯୋଗୁ ପାଖାପାଖି କୋଟିଏରୁ ଅଧିକ ଟଙ୍କାର ବ୍ୟବସାୟ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି । ସର୍ବ ଭାରତୀୟ ଆନ୍ଦୋଳନକୁ ସମର୍ଥନ କରି ଆମେ ମଧ୍ୟ ସୁନା ଦୋକାନ ବନ୍ଦ ରଖିଥିଲୁ ବୋଲି କହିଛନ୍ତି ସ୍ୱର୍ଣ୍ଣକାର ସଂଘର ସଭାପତି ଜଗବନ୍ଧୁ ପୃଷ୍ଟି ଓ ସଂପାଦକ ଦୀପକ ରଞ୍ଜନ ସାହୁ । ଓଡ଼ିଶା ସମାଚାର

Leave a Reply

Your email address will not be published.