ପାରାଦ୍ୱୀପ ୨୪/୦୮/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ଏରସମା ଶିଳ୍ପାଂଚଳ ଶ୍ରମିକ ସଂଘ ପାରାଦ୍ୱୀପ ସ୍ଥିତ କାର୍ଯ୍ୟାଳୟରେ ରବିବାର ଦିନ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତିନିଶହରୁ ଉଦ୍ଧ୍ୱର୍ ମହିଳା କର୍ମୀ ସଂଘ ସଭାପତି ତଥା ବିଶିଷ୍ଟ ଶ୍ରମିକ ନେତା ଅରିନ୍ଦମ ସାର୍ଖେଲ (ବାପି) ଙ୍କୁ ରାଖି ବାନ୍ଧିଥିଲେ । ଏଥିରେ ପାରାଦ୍ୱୀପ ର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ମହିଳା ସଙ୍ଗଠନରସଦସ୍ୟାମାନେ ଏହି କାର୍ଯ୍ୟକ୍ରମ ରେ ଉତ୍ସାହର ସହ ସାମିଲ ହୋଇଥିବା ଦେଖାଯାଇଥିଲା । ଏହି ଅବସରରେ ଶ୍ରୀ ସାର୍ଖେଲ ସମସ୍ତ ସଦସ୍ୟାମାନଙ୍କୁ ଧନ୍ୟବାଦ ଜଣାଇବା ସହ ମହିଳାମାନଙ୍କ ସ୍ୱାର୍ଥ ରକ୍ଷା ଦିଗରେ ତାଙ୍କ ସଙ୍ଗଠନ ସର୍ବଦା ଚେଷ୍ଟିତ ବୋଲି କହିଥିଲେ । ତେବେ ସଂପ୍ରତି କରୋନା ମହାମାରୀ ସମୟରେ ଶ୍ରୀ ସାର୍ଖେଲ ନିଜେ ଦୁଇ ଦୁଇ ଥର କରୋନା ରେ ଆକ୍ରାନ୍ତ ଓ ଚିକିତ୍ସିତ ହୋଇ ଲୋକ ଙ୍କ ସେବାରେ ନିଜକୁଉତ୍ସର୍ଗୀକୃତ କରିଥିବାର ଦେଖିବାକୁ ମିଳିଥିଲା । ଯାହାଦ୍ୱାରା କି ସେ ଲୋକଙ୍କ ଅଧିକ ନିକଟର ହୋଇପାରଥିବା ଏବଂ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ତାଙ୍କ ପତିଆରା ବୃଦ୍ଧି ପାଉଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଓଡ଼ିଶା ସମାଚାର