Sunday , October 1 2023
Home / ଶିକ୍ଷା / ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇଲା – ପାସ୍ ହାର  ୮୦.୮୩ ପ୍ରତିଶତ

ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇଲା – ପାସ୍ ହାର  ୮୦.୮୩ ପ୍ରତିଶତ

ଭୁବନେଶ୍ୱର,୨୪/୦୮/୨୦୨୧(ଓଡ଼ିଶା ସମାଚାର)- ମାଟ୍ରିକ ଅନଲାଇନ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅଫଲାଇନ ପରୀକ୍ଷା ଦେବାକୁ ରାଜ୍ୟ ସରକାର ବ୍ୟବସ୍ଥା କରିଥିଲେ । ଏହି କ୍ରମରେ ଅଫଲାଇନ ପରୀକ୍ଷା ହୋଇଥିଲା । ଅଫଲାଇନରେ ମୋଟ ୬୬୨୦ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ କିନ୍ତୁ ୧୦୮୬ ଜଣ ପରୀକ୍ଷା ଦେଇନଥିଲେ ଓ ୫୫୩୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେହି ଅଫଲାଇନ ପରୀକ୍ଷାର ମଙ୍ଗଳବାର ଫଳ ଆଜି ପ୍ରକାଶ କରାଯାଇଛି । ପରୀକ୍ଷା ଦେଇଥିବା ୫୫୩୪ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମୋଟ ୫୨୩୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେମାନଙ୍କ ମଧ୍ୟରେ ୩୧୦୦ ଜଣ  ଛାତ୍ର ଏବଂ ୨୧୩୩ ଜଣ ଛାତ୍ରୀ ଅଛନ୍ତି । ମୋଟ ୮୦.୮୩ ପ୍ରତିଶତ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷାରେ ପାସ୍ କରିଥିବା ସୂଚନା ମିଳିଛି । ଏ୧ ପାଇଛନ୍ତି ମୋଟ ୪୨ ଜଣ ଛାତ୍ରଛାତ୍ରୀ। ସେହିପରି ଏ୨-୨୫୫, ବି୧- ୩୪୮, ବି୨- ୪୫୮,ସି-୫୯୯,ଡି- ୮୪୬, ଇ-୨୬୮୫, ଏଫ- ୧୪୧ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ୧୪୧ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି। ଫେଲ ହୋଇଥିବା ଛାତ୍ରଛାତ୍ରୀ କିଛି ବିଷୟରେ ପରୀକ୍ଷା ଦେଇଥିବା ବେଳେ କିଛି ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ।ଅନୁପସ୍ଥିତ ହୋଇ ଫେଲ ହୋଇଥିବା ଛାତ୍ରଛାତ୍ରୀ ପୂର୍ବରୁ ଯେଉଁ ନମ୍ବର ରଖିଥିଲେ ସେହି ନମ୍ବର ଗ୍ରହଣ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ତେବେ ଅଫଲାଇନ ପରୀକ୍ଷା ନମ୍ବରକୁ ନେଇ କୌଣସି ଦ୍ୱନ୍ଦ୍ୱ ଥିଲେ ଛାତ୍ରଛାତ୍ରୀ ସେପ୍ଟେମ୍ବର ୮ ସୁଦ୍ଧା ରି-ଚେକିଂ ପାଇଁ ଆବେଦନ କରିପାରିବେ । ଅଫ୍ଲାଇନ୍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୭୧ ଜଣଙ୍କ ନମ୍ବର ବଢ଼ିଥିବା ବେଳେ ୪୫୯ ଜଣଙ୍କର ନମ୍ବର କମିଛି।ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *