Friday , September 29 2023
Breaking News
Home / ବିଶେଷ / ଭଗବାନପୁର ସରପଂଚ ଙ୍କ ଅକାଳ ବିୟୋଗ

ଭଗବାନପୁର ସରପଂଚ ଙ୍କ ଅକାଳ ବିୟୋଗ

ଗରଦପୁର, ୨୪/୦୮/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ଭଗବାନପୁର ପଂଚାୟତର ସରପଂଚ ସୁବାସିନୀ ସାହୁ ଙ୍କର ଅକାଳ ବିୟୋଗ ଘଟିଛି । ଗତ କିଛି ଦିନ ଧରି ସେ କର୍କଟ ରୋଗରେ ପିଡ଼ିତ ଥିଲେ । ଗୁରୁତର ଅବସ୍ଥାରେ ମେଡ଼ିକାଲ ରେ ଚିକିତ୍ସିତ ହେଉଥିବାବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପଂଚାୟତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲା, ବ୍ଲକ୍ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ,ବିଶିଷ୍ଟ ସମାଜସେବୀ ପ୍ରାଧ୍ୟାପକ ଅଜୟ କୁମାର ରାଉତ,ଗରଦପୁର ବିଡ଼ିଓ ରଂଜିତ କୁମାର ମଲିକ ,ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଙ୍କ ସମେତ ଜିଲା ପରିଷଦ ସଦସ୍ୟ ସନ୍ତୋଷ ଜେନା, ଜିଲା ପରିଷଦ ସଦସ୍ୟା ଅହଲ୍ୟା ଲେଙ୍କା,ସରପଂଚ ଅରୁଣ ନାୟକ, ସରପଂଚ ନିଳିମା ସାମଲ,ସରପଂଚ ରେଣୁକା ସାମଲ,ସରପଂଚ ମମତା ନାୟକ, ସରପଂଚ ସ୍ୱର୍ଣ୍ଣପ୍ରଭା ନାୟକ,ସରପଂଚ ସ୍ୱର୍ଣ୍ଣଲତା ରାଉତ,ସରପଂଚ ପ୍ରକାଶ ଚନ୍ଦ୍ର ସାହୁ,ସରପଂଚ ଆରତୀ ମଲିକ , ସରପଂଚ ଦିପିକା ପ୍ରିୟଦର୍ଶିନୀ,ସରପଂଚ ମଳୟା ବାସିନୀ ମହାନ୍ତି, ସରପଂଚ ଅନୁଜ ମହାନ୍ତି,ସରପଂଚ ସୁକାନ୍ତୀ ମୁଦୁଲୀ,ସରପଂଚ ଗୌରାଙ୍ଗ ଚରଣ ପରିଡ଼ା,ସରପଂଚ ଗୋକୁଳାନନ୍ଦ ବେହେରା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *