Tuesday , June 6 2023
Breaking News
Home / ବିଶେଷ / ପ୍ରବାସୀ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ ଓ ନିର୍ମାଣ ଶ୍ରମିକଙ୍କୁ ମୃତୁ୍ୟକାଳୀନ ସହାୟତା ସମ୍ପର୍କରେ ଉପଖଣ୍ଡ ଶ୍ରମ ଆୟୁକ୍ତଙ୍କ ସହ ଆଲୋଚନା

ପ୍ରବାସୀ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ ଓ ନିର୍ମାଣ ଶ୍ରମିକଙ୍କୁ ମୃତୁ୍ୟକାଳୀନ ସହାୟତା ସମ୍ପର୍କରେ ଉପଖଣ୍ଡ ଶ୍ରମ ଆୟୁକ୍ତଙ୍କ ସହ ଆଲୋଚନା

କେନ୍ଦ୍ରାପଡ଼ା, ୨୪/୦୮/୨୦୨୧(ଓଡ଼ିଶା ସମାଚାର)-କରୋନା ମହାମାରୀ ସମୟରେ ଗ୍ରାମକୁ ଫେରିଆସିଥିବା ପ୍ରବାସୀ ଶ୍ରମିକମାନଙ୍କୁ  ପରିଚୟପତ୍ର ପ୍ରଦାନ ଓ ମୃତୁ୍ୟ ହୋଇଯାଇଥିବା ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ପତ୍ନୀଙ୍କୁ  ମୃତୁ୍ୟକାଳୀନ ସହାୟତା ପ୍ରଦାନ କରାଯିବା ସମ୍ପର୍କରେ ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘର ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ତ୍ରିପାଠୀ କେନ୍ଦ୍ରାପଡା ଡିଭିଜନାଲ ଶ୍ରମ ଆୟୁକ୍ତ ମହେଶ୍ୱର ନାଏକଙ୍କ ସହିତ ମଙ୍ଗଳବାର ଆଲୋଚନା କରିଛନ୍ତି । ଗତ ୩ବର୍ଷ ତଳେ ମୃତୁ୍ୟବରଣ କରିଥିବା ପଞ୍ଜିକୃତ ନିର୍ମାଣ ଶ୍ରମିକ ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଆଠବାଟିଆ ଗ୍ରାମର ସ୍ୱର୍ଗତ ଅମର ବେହେରାଙ୍କ ପତ୍ନୀ କୁନି ବେହେରାଙ୍କୁ ମୃତୁ୍ୟକାଳୀନ ସହାୟତା ପ୍ରଦାନ ସମ୍ପର୍କରେ ଆଲୋଚନା ବେଳେ ଡିଏଲସି ୮ଦିନ ମଧ୍ୟରେ ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ । ସେହିଭଳି ରାଜକନିକାର ପ୍ରବାସୀ ଶ୍ରମିକମାନଙ୍କୁ ପରିଚୟପତ୍ର ପ୍ରଦାନ ସମ୍ପର୍କରେ ଡିଏଲସି ଶ୍ରୀ ନାଏକ କହିଥିଲେ ଯେ ୧୫ ଦିନ ମଧ୍ୟରେ ସେମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ । ଏହି ଆଲୋଚନା ସମୟରେ ମୃତ ଶ୍ରମିକଙ୍କ ପତ୍ନୀ କୁନି ବେହେରା, ରାଜକନିକାର  ମହେଶ୍ୱର ନାୟକ, ଉଦୟନାଥ ନାୟକ, ନିରଞ୍ଜନ ବେହେରା, ମନୋରଞ୍ଜନ ଜେନା, ଅଜାମ୍ବିଳ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.