Thursday , July 7 2022
Breaking News
Home / ବିଶେଷ / ନୂତନ ଆଂଚଳିକ ପରିବହନ ଅଧିକାରୀଙ୍କ  ଯୋଗଦାନ

ନୂତନ ଆଂଚଳିକ ପରିବହନ ଅଧିକାରୀଙ୍କ  ଯୋଗଦାନ

କେନ୍ଦ୍ରାପଡ଼ା, ୨୪/୦୮/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡାରେ ନୂତନ  ଆଂଚଳିକ ପରିବହନ ଅଧିକାରୀ ଭାବେ ପ୍ରଣୟ କୁମାର ମିଶ୍ର ସୋମବାର ଦାୟୀତ୍ୱ ଗ୍ରହଣ କରିଛନ୍ତି । କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ନୂତନ ଅଧିକାରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିବା ବେଳେ ବସ୍ ଆସୋସିଏସନ, ଟ୍ରକ ଆସୋସିଏସନ ପକ୍ଷରୁ ନୂତନ ଅଧିକାରୀଙ୍କୁ ସ୍ୱାଗତ ଜଣାଇଥିଲେ । ବିଦାୟୀ ଅଧିକାରୀ ନିଖିଲ କୁମାର ପଟ୍ଟନାୟକଙ୍କ ଠାରୁ ସେ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ପଟ୍ଟନାୟକ ସମସ୍ତ କର୍ମଚାରୀଙ୍କୁ ନୂତନ ଅଧିକାରୀଙ୍କ ସହ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଶ୍ରୀ ପଟ୍ଟନାୟକ କାର୍ଯ୍ୟାଳୟ ପରିସରକୁ ବିଭିନ୍ନ ପ୍ରକାର ଫୁଲଫଳ ଗଛ ଲଗାଇ ସୈାନ୍ଧର୍ଯ୍ୟମୟ ପରିବେଷ ସୃଷ୍ଟି କରିଥିଲେ ।   ଓଡ଼ିଶା ସମାଚାର

About admin

Check Also

ବନ ମହୋତ୍ସବ ସପ୍ତାହ ଅବସରରେ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବରଗଡ, ୦୭ /୦୭/୨୦୨୨ (ଓଡ଼ିଶା ସମାଚାର/ ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅଞ୍ଚଳ ରେ କାର୍ଯ୍ୟରତ ଦେବଦୂତ କ୍ଳବ …

Leave a Reply

Your email address will not be published. Required fields are marked *