କେନ୍ଦ୍ରାପଡ଼ା, ୨୪/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ନିମନ୍ତେ ଏକ ମହିଳା ଯୌନ ଉତ୍ପୀଡନ କମିଟି ଜିଲ୍ଲାପାଳଙ୍କ ନିର୍ଦେଶ ଅନୁଯାଇ ଗଠନ କରାଯାଇଛି । ଏହି କମିଟିର ଅଧ୍ୟକ୍ଷା ଭାବେ ଆଇନଜୀବୀ ତମସା ପାତ୍ର, ସଦସ୍ୟା ଭାବେ ତହସିଲଦାର ହେମଲତା ବାହାଲିଆ, ପଲ୍ଲିଶ୍ରୀ ମହିଳା ସମିତିର ଶ୍ରୀକାନ୍ତ ନାୟକ, ଅନ୍ୟତମ ସଦସ୍ୟା ଭାବେ ପ୍ରୋଜେକ୍ଟ ସୋରାଜ୍ୟର ସମ୍ପାଦିକା ଡଲି ଦାଶ ଓ ପଦପ୍ରଯୁକ୍ତ ସଦସ୍ୟା ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥଙ୍କୁ ରଖାଯାଇଥିବା ସମ୍ପର୍କରେ ଏକ ନିର୍ଦେଶନାମା ପ୍ରକାଶ ପାଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କାର୍ଯ୍ୟସ୍ଥଳୀରେ କୌଣସି ମହିଳା ଅଧିକାରୀ କିମ୍ବା କର୍ମଚାରୀଙ୍କ ପ୍ରତି କୌଣସି ଯୌନ ଉତ୍ପୀଡନ କାର୍ଯ୍ୟ କରାଗଲେ ସଂପୃକ୍ତ ମହିଳା ଅଧିକାରୀ କିମ୍ବା କର୍ମଚାରୀ ଏହି ଆଂଚଳିକ ଅଭିଯୋଗ କମିଟିରେ ଅଭିଯୋଗ ଦାଖଲ କରିପାରିବେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକ ଜଣାଇଛନ୍ତି । ଓଡ଼ିଶା ସମାଚାର