Tuesday , June 6 2023
Breaking News
Home / ବିଶେଷ / ଆଇ.ଆଇ.ଏଚ.ଏମ.ଛାତ୍ରୀ ଜିଲ୍ଲାପାଳଙ୍କୁ ରାକ୍ଷୀ ବାନ୍ଧିଲେ

ଆଇ.ଆଇ.ଏଚ.ଏମ.ଛାତ୍ରୀ ଜିଲ୍ଲାପାଳଙ୍କୁ ରାକ୍ଷୀ ବାନ୍ଧିଲେ

କେନ୍ଦ୍ରାପଡ଼ା, ୨୪/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଇଂଟରନାସନାଲ ଇନଷ୍ଟିଟୁ୍ୟଟ ଅଫ ହସପିଟାଲିଟି ଆଣ୍ଡ ମ୍ୟାନେଜମେଂଟ(ଆଇ.ଆଇ.ଏଚ.ଏମ.)ପକ୍ଷରୁ ପବିତ୍ର ରାକ୍ଷୀପୂର୍ଣ୍ଣିମା ଅବସରରେ ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟରେ ଅନୁଷ୍ଠାନର ଛାତ୍ରୀମାନେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ହାତରେ  ରାକ୍ଷୀବାନ୍ଧି ଦେଇ ଆର୍ଶିବାଦ ଗ୍ରହଣ କରିଥିଲେ । ଜିଲ୍ଲାପାଳ ଶ୍ରୀ ଋତୁରାଜ ସମସ୍ତ ଛାତ୍ରୀ ଓ ଅନୁଷ୍ଠାନର କର୍ମକର୍ତାମାନଙ୍କୁ ମିଷ୍ଟାନ୍ନ ବଂଟନ କରି ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇ.ଆଇ.ଏଚ.ଏମ.ର ସମ୍ପାଦକ ସେକ ଲିୟାକତ ଅଲ୍ଲୀ(ନସ୍ରୁ), ଅଧ୍ୟାପକ ଏନାମୁଲ ହକ, କୋଷାଧ୍ୟକ୍ଷ ପଦ୍ମନାଭ ସାହୁ, ଶିକ୍ଷକ ବଦ୍ରିନାରାୟଣ ପାତ୍ର, ସରୋଜ କୁମାର ଲୁଗୁନ, କ୍ରୀଡା ଶିକ୍ଷକ ସେକ ସୈାକତ ଖାନ, ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ମହମ୍ମଦ ଅମୀର, ସଦସ୍ୟ ଅବରାର ଖାନ, ସେକ ଅହସାନ, ଅବଦୁଲ ମତିନ, ଛାତ୍ରୀ ସରୋଜିନୀ ସ୍ୱାଇଁ, ସୁହାନା ପରୱିନ, ମମତା ବେହେରା, ସୁଜାତା ବେହେରା, ଲିଲିମା ବେହେରା, ପରୱାନା ବେଗମ, ପୁନମ ସାହୁ, ରାବୟା ଫରଦୈାସ, ସୁଲତାନ ବେଗମ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.