Saturday , April 1 2023
Breaking News
Home / ଶିକ୍ଷା / ଅନ୍ୟ ରାଜ୍ୟର ୫ ଟି ମାଧ୍ୟମିକ ଶିକ୍ଷା ବୋର୍ଡ ର ଛାତ୍ର ଛାତ୍ରୀ ଙ୍କୁ ଓଡ଼ିଶାରେ ଯୁକ୍ତ ଦୁଇ ରେ ନାମ ଲେଖାଇଵାକୁ ଅନୁମତି

ଅନ୍ୟ ରାଜ୍ୟର ୫ ଟି ମାଧ୍ୟମିକ ଶିକ୍ଷା ବୋର୍ଡ ର ଛାତ୍ର ଛାତ୍ରୀ ଙ୍କୁ ଓଡ଼ିଶାରେ ଯୁକ୍ତ ଦୁଇ ରେ ନାମ ଲେଖାଇଵାକୁ ଅନୁମତି

କଟକ ସଦର , ୨୪/୦୮/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ଅନ୍ୟ ରାଜ୍ୟର ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡରେ ପରୀକ୍ଷା ଦେଇ ବିଶେଷ କରି ଓଡ଼ିଶାର ଛାତ୍ର ଛାତ୍ରୀମାନେ ଓଡ଼ିଶାରେ ଉଚ୍ଚ ଶିକ୍ଷା ପାଇଁ ଅସୁବିଧା ସମ୍ପର୍କରେ ତର୍ଜମା କରାଯାଇ ସେମାନଙ୍କୁ ଯୁକ୍ତ ଦୁଇ ରେ ନାମ ଲେଖାଇଵାକୁ ଅନୁମତି ପ୍ରଦାନ କରାଯାଇଥିବାରୁ ଛାତ୍ରଛାତ୍ରୀମାନଙ୍କ ସହିତ ଅଭିଭାବକ ମାନଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି। ଅନ୍ୟ ରାଜ୍ୟ ମାନଙ୍କ ମଧ୍ୟରେ ତେଲେଙ୍ଗାନା ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ, ଆନ୍ଧ୍ରପ୍ରଦେଶ ମୁକ୍ତ ବିଦ୍ୟାଳୟ ସୋସାଇଟି, ଆନ୍ଧ୍ରପ୍ରଦେଶ ଶିକ୍ଷା ପରିଷଦ, ମହାରାଷ୍ଟ୍ର ରାଜ୍ୟ ମାଧ୍ୟମିକ ଏଵଂ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ, ଗୁଜରାଟ ମାଧ୍ୟମିକ ଏଵଂ ଉଚ୍ଚ ମାଧ୍ୟମିକ ଵୋର୍ଡ ଵୋଲି ଜଣାଯାଇଛି। ଯେଉଁ ମାନେ ଏହିସବୁ ଶିକ୍ଷା ବୋର୍ଡ ଅଧିନରେ ମାଟ୍ରିକ ପାସ କରିଛନ୍ତି ,ସେମାନେ ଚଳିତବର୍ଷ ଓଡ଼ିଶାର ବିଭିନ୍ନ + ୨ କଲେଜରେ ନାମ ଲେଖାଇଵାକୁ ଆବେଦନ କରିପାରିବେ ଵୋଲି ଶିକ୍ଷା  ଵିଭାଗ ସ୍ପଷ୍ଟ କରିଥିଵା ଜଣାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published.