Saturday , March 25 2023
Breaking News
Home / ବିଶେଷ / ଅନଶନରତ ଶ୍ରୀକାନ୍ତଙ୍କୁ ଡାକ୍ତରଖାନାରେ ଭେଟିଲେ ଜଳମାନବ ରାଜେନ୍ଦ୍ର ସିଂ

ଅନଶନରତ ଶ୍ରୀକାନ୍ତଙ୍କୁ ଡାକ୍ତରଖାନାରେ ଭେଟିଲେ ଜଳମାନବ ରାଜେନ୍ଦ୍ର ସିଂ

କେନ୍ଦ୍ରାପଡ଼ା, ୨୪/୦୮/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଥାଇ ୧୫ଦିନ ହେବ ଅନଶନରତ ଥିବା ସାମାଜିକ କର୍ମୀ ଶ୍ରୀକାନ୍ତ ନାୟକଙ୍କୁ ମଙ୍ଗଳବାର ଡାକ୍ତରଖାନାରେ ଭେଟିଛନ୍ତି ଜଳମାନବ ରୂପେ ସାରାଦେଶରେ ପରିଚିତ ରାଜେନ୍ଦ୍ର ସିଂ । ଶ୍ରୀ ସିଂଙ୍କ ସହିତ ସୁଦର୍ଶନ ଦାସ ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ମଧ୍ୟ ଶ୍ରୀକାନ୍ତଙ୍କୁ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଜଳମାନବ ଶ୍ରୀ ସିଂ ଗଣମାଧ୍ୟମକୁ କହିଛନ୍ତି ଯେ ଖରସ୍ରୋତା ନଦୀ ଜଳ ପ୍ରକଳ୍ପ ବିରୁଦ୍ଧରେ ଚାଲିଥିବା ଆନ୍ଦୋଳନକୁ ସେ ସମର୍ଥନ କରୁଛନ୍ତି । ଭଦ୍ରକ ଜିଲ୍ଲାର ଲୋକଙ୍କୁ ପାଣି ଯୋଗାଇ ଦେବାକୁ ସେ ବିରୋଧ କରୁନାହାନ୍ତି । କିନ୍ତୁ ଏକ କମ୍ପାନୀ ଧୋକା ଦେଇ ଘରେ ନଳ ଲଗାଇ ନଳରେ ଜଳ ଦେବାକୁ କହୁଛି । ସେହି କମ୍ପାନୀ ତାର ବନ୍ଦରକୁ ପାଣି ନେବାକୁ ଚାହୁଁଛି । ସେହି କମ୍ପାନୀର ଧୋକାକୁ ଆମେ ବୁଝି ପାରିଛୁ । ତେଣୁ ଆମେ ଏହି ଆନ୍ଦୋଳନରେ ଓଡିଶାର ଆନ୍ଦୋଳନରତ ଲୋକମାନଙ୍କୁ ସମର୍ଥନ କରୁଛୁ । ପ୍ରଶାସନ ଯେପରି ଭାବରେ ଆନ୍ଦୋଳନରତ ଲୋକଙ୍କ ଉପରେ ପୋଲିସ ଫୋର୍ସ ଲଗାଇ ଅତ୍ୟାଚାର କରିବା ସହ ମିଥ୍ୟା ମାମଲା କରୁଛି ଆମେ ତାକୁ ବିରୋଧ କରିବା ସହ ଲୋକଙ୍କ ନ୍ୟାଯ୍ୟ ଅଧିକାର ପାଇଁ ଲଢେଇକୁ ପୂର୍ଣ୍ଣ ସମର୍ଥନ କରୁଛୁ । ଭିତରକନିକାର ଜଙ୍ଗଲ, ଜଙ୍ଗଲର ପଶୁ ଏବଂ ଜୈବ ବିବିଧତାର ସୁରକ୍ଷା ନିମନ୍ତେ ୧୫ଦିନ ଧରି ଶ୍ରୀକାନ୍ତ ଅନଶନ କରି ଆସିଛନ୍ତି । ଏକ ସମ୍ବେଦନଶୀଳ ସରକାର ତୁରନ୍ତ ଅନଶନରତ ଶ୍ରୀକାନ୍ତଙ୍କ ସହ ଆଲୋଚନା କରିବା ଉଚିତ ଥିଲା । ମୁଁ ଭାବୁଥିଲି ଓଡିଶା ସରକାର ଏକ ସମ୍ବେଦନଶୀଳ ସରକାର ବୋଲି । କିନ୍ତୁ ସରକାର ଉଦାସୀନ ହେବା ଅତ୍ୟନ୍ତ ଦୁଃଖ ଦାୟକ ଘଟଣା । ମୁଁ ଏହି ଆନ୍ଦୋଳନରେ ଶ୍ରୀକାନ୍ତ ସହିତ ଅଛିି । ଶ୍ରୀକାନ୍ତଙ୍କୁ ଶ୍ରୀ ସିଂ ଅନସନ ଭାଙ୍ଗିବାକୁ ଅନୁରୋଧ କରିଥିଲେ ବି ଶ୍ରୀକାନ୍ତ ଅନସନ ଭାଙ୍ଗିବାକୁ ରାଜି ହୋଇନଥିଲେ । ଏହାପରେ ଜଳମାନବ ଶ୍ରୀ ସିଂ ଖରସ୍ରୋତା ପ୍ରକଳ୍ପ ସ୍ଥଳକୁ ଯାଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.