Tuesday , October 3 2023
Breaking News
Home / ନିର୍ବାଚନ / ପଞ୍ଚାୟତ ନିର୍ବାଚନରେ ପୂର୍ବରୁ ଥିବା ସଂରକ୍ଷଣ ବଳବତ୍ତର ରହିବ, ଅକ୍ଟୋବର ସୁଦ୍ଧା ନିର୍ବାଚନ ପ୍ରସ୍ତୁତି ଶେଷ ହେଵ

ପଞ୍ଚାୟତ ନିର୍ବାଚନରେ ପୂର୍ବରୁ ଥିବା ସଂରକ୍ଷଣ ବଳବତ୍ତର ରହିବ, ଅକ୍ଟୋବର ସୁଦ୍ଧା ନିର୍ବାଚନ ପ୍ରସ୍ତୁତି ଶେଷ ହେଵ

କଟକ ସଦର, ୨୩/୦୮/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା): ଆସନ୍ତା ବର୍ଷ ଫେବୃଆରୀରେ ହେବାକୁ ଥିବା ରାଜ୍ୟର ତ୍ରୀସ୍ତରୀୟ ପାୟତିରାଜ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସଂଶୋଧନ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ନୂତନ ପ୍ରସ୍ତାବ ଅନୁଯାୟୀ ନିର୍ବାଚନ ଦିନ ଵୁଥରେ ଭୋଟ ଗଣତି କରନଯାଇ ପରବର୍ତ୍ତୀ ସମୟରେ ବ୍ଲକରେ ଏକକାଳୀନ ଭୋଟ ଗଣତି କରାଯିଵ।ସେହି କ୍ରମରେ ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲାପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ନାଏବ ସରପଞ୍ଚ ନିର୍ବାଚନ ପ୍ରକ୍ରିୟା ନେଇ ଚିଠା ପ୍ରସ୍ତାବ ପ୍ରକାଶ ପାଇଛି। ଫଳାଫଳ ପ୍ରକାଶର ୭ ଦିନ ମଧ୍ୟରେ ଵ୍ଲକ ଅଧ୍ୟକ୍ଷ,୧୦ ମଧ୍ୟରେ ଉପାଧ୍ୟକ୍ଷ ନିର୍ବାଚନ ହେବା ସହିତ ଅନୁରୂପ ଭାବେ ଏକ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପାଧ୍ୟକ୍ଷ ନିର୍ବାଚନ ହେବ।ଚିଠା ପ୍ରସ୍ତାବ ପ୍ରକାଶ ପାଇବାର ୧୫ ଦିନ ପରେ ସାନି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଵ।ଗତ ୧୯ ରେ ଚିଠା ପ୍ରସ୍ତାବ ବିଜ୍ଞପ୍ତି ପାଇ ଥିବାରୁ ସେପ୍ଟେମ୍ବର ୩ ରୁ ୫ ମଧ୍ୟରେ ଗଣତି ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଵ।ଆସନ ସଂରକ୍ଷଣ ଓ ସୀମା ପୁନଃ ନିର୍ଦ୍ଧାରଣ ତାଲିକା ଦୂର୍ଗାପୂଜା ପରେ ଅକ୍ଟୋବର ଶେଷ ସପ୍ତାହରେ ପ୍ରକାଶ ପାଇଵ ବୋଲି ଜଣାଯାଇଛି। ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନରେ ପୂର୍ବରୁ ଥିବା ସଂରକ୍ଷଣ ବଳବତ୍ତର ରହିବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି।ହେଲେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବାଧ୍ୟତାମୂଳକ ହୋଇଛି।୨୦୨୨ ପଞ୍ଚାୟତରାଜ ନିର୍ବାଚନ ରାଜନୈତିକ ଦୃଷ୍ଟି କୋଣରୁ ଅଧିକ ଗୁରୁତ୍ବ ଵହନ କରିବାକୁ ଯାଉଥିବା ବେଳେ ସଵୁ ରାଜନୈତିକ ଦଳ ପାଇଁ ସମ୍ମାନର ପ୍ରଶ୍ନ ଠିଆ କରିଛି।ପୂର୍ଵରୁ ଥିବା ସଂରକ୍ଷଣ ବଳବତ୍ତର ରହିଲେ ପୂର୍ବରୁ ଥିଵା ପଞ୍ଚାୟତ ପ୍ରତିନିଧିମାନେ ଆଉଥରେ ରିପିଟ୍ ହେଵାକୁ ମନ ଵଳାଇଵା ଅସମ୍ଭବ ନୁହେଁ। ହେଲେ ସେମାନଙ୍କର ୫ ଵର୍ଷର ରିପୋର୍ଟ କାର୍ଡକୁ ଭୋଟର ପରଖିଵେ ଵୋଲି କୁହାଯାଉଛି। ଅନ୍ୟପକ୍ଷରେ ବ୍ଲକରେ ଦୀର୍ଘ ଦିନ ହେଵ ଥିଵା ଵିଡିଓ, ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତ ଙ୍କୁ ନିର୍ବାଚନ ର ସ୍ୱଚ୍ଛତା ଦୃଷ୍ଟିରୁ ଡିସେମ୍ବର ୧୫ ପୂର୍ବରୁ ଅନ୍ୟତ୍ର ବଦଳି  କରିବାକୁ ସରକାରୀ ସ୍ତରରେ ପ୍ରକିୟା ଆରମ୍ଭ ହୋଇଥିବା ଅନ୍ୟ ଏକ ଖଵରରୁ ଜଣାଯାଇଛି। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *