Tuesday , December 6 2022
Home / ବିଶେଷ / ଡ଼ିଡ଼ିୟୁଜିକେୱାଇ ଅଧିନରେ ଦିନିକିଆ ପ୍ରଶିକ୍ଷଣ ଶିବିର

ଡ଼ିଡ଼ିୟୁଜିକେୱାଇ ଅଧିନରେ ଦିନିକିଆ ପ୍ରଶିକ୍ଷଣ ଶିବିର

ରଘୁନାଥପୁର, ୨୩/୦୮/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ସଭା କକ୍ଷରେ ଡ଼ିଡ଼ିୟୁଜିକେୱାଇ ମାଧ୍ୟମରେ ବିଭିନ୍ନ ପଂଚାୟତରେ ଥିବା ଗୋଷ୍ଠି ମହାସଂଘର ଦକ୍ଷ ନଥିପତ୍ର ଲେଖିକା ଏବଂ ଗୋଷ୍ଠି ସହାୟିକାମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଶା ଜିବୀକା ମିଶନ ର ବିପିଏମ କଳ୍ପନା ଦଳାଇ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଲକ୍ଷ ଓ ଉଦେଶ୍ୟ ବିଷୟରେ ମତ ପ୍ରକାଶ କରିଥିଲେ । ସମାନୀତ ଅତିଥି ଭାବେ ଏବିଡ଼ିଓ ଅଶୋକ କୁମାର ମହାନ୍ତି ଯୋଗଦେଇ ଏହା ମାଧ୍ୟମରେ ଗ୍ରାମୀଣ ବେକାର ଯୁବକ ଯୁବତୀ ମାନଙ୍କୁ ନିଶ୍ଚିତ ରୋଜଗାର କ୍ଷମ କରାଇବା ସହିତ ଗ୍ରାମଂଚଳର ବେକାର ଯୁବକ ଯୁବତର ମାନଙ୍କୁ ଧନ୍ଦା ମୂଳକ ଶିକ୍ଷା ମାଧ୍ୟମରେ ସିଲାଇ,ପାଇପ ମିସ୍ତ୍ରୀ,ସହକାରୀ ସ୍ୱାସ୍ଥ୍ୟ ଅଧିକାରୀ, ଡ଼ାଟା ଏନ୍ଟ୍ରି ଅପରେଟର ଇତ୍ୟାଦିର ଶିକ୍ଷା ପ୍ରଦାନ କରି ରାଜ୍ୟ ତଥା ରାଜ୍ୟ ବାହାରେ ରୋଜଗାରକ୍ଷମ କରାଇବା । ଏହି ଯୋଜନା ମାଧ୍ୟମରେ ବ୍ଲକ୍ ଅଂଚଳରୁ ୧୧୬ ଜଣ ଙ୍କୁ ବହୋରକୁ ପଠାଇବାର ଲକ୍ଷ ରଖାଯାଇଛି । ତ୍ରିନାଥ ଦାସ ଉପସ୍ଥିତ ମହିଳା ମାନଙ୍କୁ ବିଭିନ୍ନ ପ୍ରଶିକ୍ଷଣ ଦେଇଥିବାବେଳେ ମୀନାରାଣୀ ଦାସ ଓ ବିଶ୍ୱଜିତା ଦାସ କାର୍ଯ୍ୟକ୍ରମକରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.