Wednesday , June 29 2022
Breaking News
Home / ବିଶେଷ / ସମ୍ଭାବ୍ୟ ସୁନାମୀ ମୁକାବିଲା ନିମନ୍ତେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ସମ୍ଭାବ୍ୟ ସୁନାମୀ ମୁକାବିଲା ନିମନ୍ତେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଜଗତସିଂହପୁର ୨୩/୦୮/୨୦୨୧(ଓଡ଼ିଶା ସମାଚାର)-ଆଜି ଜଗତସିଂହପୁର ବ୍ଲକ ସମ୍ମିଳନୀ କକ୍ଷରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ଭାବ୍ୟ ସୁନାମୀ ମୁକାବିଲା ନିମନ୍ତେ ସଚେତନ କରିବା ପାଇଁ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସୁନାମୀ କଣ,ସୁନାମୀର ସତର୍କ ସୂଚନା ମାତ୍ର ୪ଘଣା ମଧ୍ୟରେ କଣ କରିବାକୁ ପଡିବ କେମିତି ପ୍ରସ୍ତୁତ ରହିବେ ,ନିଜର ସୁରକ୍ଷା ଓ ଧନ,ଜୀବନ ରକ୍ଷା ପାଇ ପାରିବ ସେ ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଆପଣମାନେ ନିଜେ ସଚେତନ ହେବା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀ ,ଗୋଷ୍ଠୀ ଓ ପଂଚାୟତ ପ୍ରତିନିଧି ମାନଙ୍କୁ ସଚେତନ କରି ପାରିବେ । ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ (ଓ.ଏସ୍.ଡି.ଏମ୍.ଏ)ମୁଖ୍ୟ ସାଧାରଣ ପରିଚାଳିକା ସୁସ୍ମିତା ବେହେରା କହିଲେ ସୁନାମୀ ସତର୍କ ସୂଚନା ପାଇବା କ୍ଷଣି କିପରି ଗୋଷ୍ଠୀକୁ ସୁରକ୍ଷା ଦେବା ଛାତ୍ରଛାତ୍ରୀ ମାନଙ୍କ ଜରୀଆରେ ପରିବାରକୁ ସଚେତନ କରାଇବା ,ଏସ୍.ଏଚ୍.ଜି ଫେଡେରେସନ କୁ ସଚେତନ କରାଇବାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ପ୍ରମୁଖ ଭୂମିକା ରହିଛି । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ନୋଳିଆ ସାହିକୁ ୟୁନୋସ୍କୋ ସୁନାମୀ ରେଡିନେସ୍ ଗ୍ରାମ ଭାବରେ ପୂର୍ବରୁ ମାନ୍ୟତା ପ୍ରଦାନ କରିଛି । ଅକ୍ଟୋବର ୩୧ ତାରିଖ ସୁଦ୍ଧା ଓଡିଶା ଉପକୂଳର ୩୨୬ ଟି ଗ୍ରାମକୁ ସୁନାମୀ ରେଡିନେସ୍ ଭିଲେଜ ଭାବରେ ମାନ୍ୟତା ପ୍ରଦାନ ପାଇଁ ଆମ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ବଦ୍ଧ । ଜଗତସିଂହପୁର ଜିଲ୍ଲାର ୩ଟି ବ୍ଲକ ବାଲିକୁଦା,ଏରସମା,କୁଜଙ୍ଗ ସମେତ ପାରାଦ୍ୱୀପ ପୌରାଂଚଳର କେତେକ ଗାଁକୁ ସୁନାମୀ ପ୍ରବଣ ଗାଁ ଭାବରେ ଚିହ୍ନଟ କରାଯାଇଛି । ପୂର୍ବରୁ ଜିଲ୍ଲା ସ୍ତରରେ ବି.ଡି.ଓ,ନିର୍ବାହୀ ଅଧିକାରୀ,ଜିଲ୍ଲା ଶିକ୍ଷା ଅଧିକାରୀ,ବ୍ଲକ ଶିକ୍ଷା ଅଧିକାରୀ,ସିଭିଲ୍ ଡିଫେନ୍ସର କର୍ମକର୍ତା ମାନଙ୍କୁ, ତାଲିମ ପ୍ରଦାନ କରାଯାଉଛି । ସୁନାମୀ ପ୍ରବଣ ଚିହ୍ନଟ ଗ୍ରାମ ଗୁଡିକର ଲୋକମାନଙ୍କୁ ସଚେତନ କରାଯିବା ସହ ବିଭିନ୍ନ ଯୋଜନା ପ୍ରସ୍ତୁତ କରାଯିବ । ବିଦ୍ୟାଳୟ ସ୍ତରରେ ପିଲାମାନଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ସଚେତନ କରାଇବେ । ସମୁଦ୍ର ମଧ୍ୟରେ ଭୂମିକମ୍ପ,ଭୂଷ୍ଖଳନ ଓ ଲାର୍ଭା ନିର୍ଗତ ହେଲେ ସୁନାମୀ ସୃଷ୍ଟି ହୁଏ । ସୁନାମୀର ଲକ୍ଷଣ ହେଉଛି ସମୁଦ୍ର ପଛକୁ ଘୁଚିଂ ଯାଇଥାଏ । ସମୁଦ୍ରରେ ସୃଷ୍ଟି ତରଙ୍ଗ ଅଧିକ ଗର୍ଜନ କରେ ଓ ସୁନାମୀ ସୃଷ୍ଟି ହେଲାପରେ ବେଗ ଓ ତରଙ୍ଗର ଗତି ବଢିଯାଏ ୧ମିରୁ ୪୦ମି.ଉଚ୍ଚରେ ସ୍ଥଳଭାଗକୁ ମାଡିଯାଏ । ସ୍ଥନୀୟ ସୁନାମୀ ବହୁତ କ୍ଷତି କରେ ଓ ଦୂରଗାମୀ ସୁନାମୀ କମ ମାତ୍ରାରେ ପ୍ରଭାବ ପକାଏ । ଇଣ୍ଡୋନେସିଆରେ ଘଟିଥିବା ସୁନାମୀରେ ୨,୩୮,୦୦୦ ଲୋକଙ୍କର ଜୀବନ ଯାଇଥିଲା । ସମୁଦ୍ର କୂଳରେ ରହୁଥିବା କମ୍ ଆୟ କରୁଥିବା ଲୋକ ଅଧିକ ପ୍ରଭାବିତ ହୁଅନ୍ତି । ବୟସ୍କ ଶିଶୁ ଅଧିକ ପ୍ରଭାବିତ ହୁଅନ୍ତି । ସୁନାମୀ ଦ୍ୱାରା ଅର୍ଥନିତୀ ଦୁର୍ବଳ ହୁଏ । ପର୍ଯ୍ୟଟନ ଶିଳ୍ପ ଓ ପୋତାଶ୍ରୟ କ୍ଷତିଗ୍ରସ୍ତ ହୁଏ । ସୁନାମୀ କିପରି ସୃଷ୍ଟି ହୁଏ ଓ ଏହାର ପ୍ରଭାବ ସଂପର୍କରେ ଏକ ପାଓାର ପଏଣ ପ୍ରେଜେଣେସନ୍ ମାଧ୍ୟମରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି ଶିବିରରେ ଡେପୁଟୀ କଲେକ୍ଟର ଜରୁରୀ ଶ୍ରୀ ଅଜୟ କୁମାର ମହାନ୍ତି,ବି.ଡି.ଓ ଶ୍ରୀ ସାଗର କୁମାର ନନ୍ଦ,ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ଶ୍ରୀ ଆଶୁତୋଷ ମହାନ୍ତି,ଏରସମା ବ୍ଲକ ଓ ପାରାଦ୍ୱୀପ ମୁ୍ୟନିସିପାଲିଟିର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିବ । ଓଡ଼ିଶା ସମାଚାର

About admin

Check Also

ରଥ ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜୁନାଗଡ଼, ୨୮/୬/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ସହର ସ୍ଥିତ ବ୍ଲକ କନଫରେନ୍ସ ହଲ ଠାରେ …

Leave a Reply

Your email address will not be published. Required fields are marked *