Tuesday , December 7 2021
Home / ବିଶେଷ / ଶ୍ୟାମଷ୍ଟିଲ ପ୍ରଦତ ଆମ୍ବୁଲାନ୍ସ ଓ ଶବବୁହାଗାଡି ଲୋକାର୍ପିତ

ଶ୍ୟାମଷ୍ଟିଲ ପ୍ରଦତ ଆମ୍ବୁଲାନ୍ସ ଓ ଶବବୁହାଗାଡି ଲୋକାର୍ପିତ

ଭୁବନ,୨୩/୦୮/୨୦୨୧(ଓଡ଼ିଶା ସମାଚାର)- ଶ୍ୟାମଷ୍ଟିଲ ଦ୍ୱାରା ଗୋଟିଏ ଆମ୍ବୁଲାନ୍ସ ଓ ଗୋଟିଏ ଶବବୁହାଗାଡିକୁ ସ୍ଥାନୀୟ ବିଧାୟକ ତଥା ଖଣି,ଇସ୍ପାତମନ୍ତ୍ରୀ ପ୍ରଫୁଲ୍ଲକୁମାର ମଲ୍ଲିକ ଭୁବନବାସୀଙ୍କ ପାଇଁ ଲୋକାର୍ପଣ କରିଛନ୍ତି । ଢେଙ୍କାନାଳ ସାଂସଦ ମହେଶସାହୁଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ୟାମଷ୍ଟିଲର ଏହି ଦାତବ୍ୟ ଉପହାର ଓ ସେବା ମନୋବୃତିକୁ ଉଚ୍ଚ ପ୍ରଶଂସା କରିଥିଲେ । ନବୀନ ସରକାର ସ୍ୱାସ୍ଥ୍ୟସେବାକୁ ସର୍ବାଧିକ ଗୁରୁତ୍ୱ ଦେଇ ୯୬ ଲକ୍ଷଲୋକଙ୍କୁ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିସାରା ଦେଶରେ ରୋଲମଡେଲ ସାଜିଛନ୍ତି ବୋଲି କହିଥିଲେ । ଶବକୁ ସମ୍ମାନ ସକାଶେ ଶବବୁହାଗାଡିର ବ୍ୟବସ୍ଥା ମଧ୍ୟ କରିଛନ୍ତି । ମନ୍ତ୍ରୀଙ୍କ ଜରିଆରେ ଭୁବନବାସୀ ଏହିସେବା ପାଇବେବୋଲି ସାଂସଦ ଶ୍ରୀଯୁକ୍ତ ସାହୁ କହିଥିଲେ । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଶ୍ୟାମଷ୍ଟିଲ ଅଧିକାରୀ ଙ୍କ ସମେତ ଏନଏସି ନିର୍ବାହୀ ଅଧିକାରୀ ଦୁର୍ଯୋଧନ ସାହୁ ,ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ,ଯୁବବିଜେଡି ଜିଲ୍ଲା ସଂପାଦକ ସୁଶାନ୍ତ କୁମାର ପୃଷ୍ଟି ପ୍ରମୁଖ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *