Monday , March 27 2023
Breaking News
Home / ବିଶେଷ / ରୋସବିନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଲ୍ଲିଶ୍ରୀରେ ଖାତା, କଲମ ବଂଟନ

ରୋସବିନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପଲ୍ଲିଶ୍ରୀରେ ଖାତା, କଲମ ବଂଟନ

ଗରଦପୁର, ୨୩/୦୮/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ କୋରୁଆସ୍ଥିତ ପଲ୍ଲିଶ୍ରୀ ମହିଳା ସମିତି ଦ୍ୱାରା ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନରେ ରୋସବିନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅନ୍ତେବାସିନୀମାନଙ୍କୁ ଖାତା, କଲମ ବଂଟନ କରାଯାଇଛି । ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ରୋଜାଲିନ୍ ମହାପାତ୍ର କନ୍ୟାଶ୍ରମରେ ପହଂଚି ଅନ୍ତେବାସିନୀମାନଙ୍କୁ ଖାତା ଏବଂ କଲମ ବଂଟନ କରିବା ସହିତ ସେମାନଙ୍କ ପାଠ ପଢା ବିଷୟରେ ପଚାରି ବୁଝିଥିଲେ । ଏହି କାର୍ଯ୍ୟକ୍ରମକୁ ସହ-ପ୍ରତିଋତ୍ୱିକ ବିରକିଶୋର ସାହୁ, ପଲ୍ଲିଶ୍ରୀ ପରିଚାଳକ ଶ୍ରୀକାନ୍ତ ନାୟକ, କର୍ମଚାରୀ ପ୍ରମୋଦ କୁମାର ମହାପାତ୍ର, ଅକ୍ଷୟ କୁମାର ସେନାପତି, ବିଶ୍ୱଜିତ୍ ପରିଡା, ଶାନ୍ତିଲତା ସେନାପତି, ସୂର୍ଯ୍ୟମଣି ଭୂୟାଁ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.