Tuesday , December 7 2021
Breaking News
Home / ବିଶେଷ / ପର୍ଯ୍ୟଟନସ୍ଥଳୀ ଗଦାଧର ପୀଠ ପରିସରରେ ମା’ କାପରଚଣ୍ଡୀଙ୍କ ମନ୍ଦିର ପ୍ରତିଷ୍ଠା

ପର୍ଯ୍ୟଟନସ୍ଥଳୀ ଗଦାଧର ପୀଠ ପରିସରରେ ମା’ କାପରଚଣ୍ଡୀଙ୍କ ମନ୍ଦିର ପ୍ରତିଷ୍ଠା

ଗରଦପୁର, ୨୩/୦୮/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ କୋରୁଆ ନିକଟସ୍ଥ ପର୍ଯ୍ୟଟନସ୍ଥଳୀ ଶ୍ରୀଶ୍ରୀ ବ୍ରଜଗଦାଧର ପୀଠର ଅଧିଷ୍ଠାତ୍ରୀ ଦେବୀ ମା’ କାପରଚଣ୍ଡୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚିତ୍ରୋତ୍ପଳା ନଦୀ ତଟସ୍ଥ ଏହି ପ୍ରାଚୀନ ପୀଠରେ ମା’ଙ୍କ ମନ୍ଦିର ନଦୀ ଗର୍ଭରେ ଲୀନ ହେବାରୁ ମା’ଙ୍କୁ ଏକ ଅସ୍ଥାୟୀ ମନ୍ଦିରରେ ରଖାଯାଇ ପୂଜାର୍ଚ୍ଚନା କରାଯାଉଥିଲା । ତତ୍ପରେ ଶ୍ରୀଶ୍ରୀ ବ୍ରଜଗଦାଧର ଉନ୍ନୟନ ପରିଷଦ ଓ ସ୍ଥାନୀୟ ଅଂଚଳର ଶୁଭେଚ୍ଛୁମାନଙ୍କ ସହଯୋଗରେ ଏକ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । କିନ୍ତୁ ଗତ ଫନି ବାତ୍ୟାରେ ଉକ୍ତ ମନ୍ଦିର ଉପରେ ବରଗଛ ପଡି ଏକ ଖମ୍ବ ଭାଙ୍ଗିବା ସହିତ ମନ୍ଦିରଟି ଅର୍ଦ୍ଧଭଗ୍ନ ଅବସ୍ଥାରେ ରହିଥିଲା । ଏହି ମନ୍ଦିରକୁ ପୁନଃ ନିର୍ମାଣ କରାଯାଇ ଏହାର ପ୍ରତିଷ୍ଠା ଉତ୍ସବ କରାଯାଇଛି । ଏହି ପ୍ରତିଷ୍ଠା ଉତ୍ସବ ପାଇଁ କଳସ ଶୋଭାଯାତ୍ରା, ହୋମଯଜ୍ଞ, ଭଜନ, କୀର୍ତନ କରାଯାଇ ଏକ ଆଧ୍ୟାତ୍ମିକ ପରିବେଶରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଯାଇଛି । ଏହି ପ୍ରତିଷ୍ଠା ଉତ୍ସବରେ ସନାତନ ଦାସ ସସ୍ତ୍ରୀକ କର୍ତାକର୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିବାବେଳେ ଜଗନ୍ନାଥ ପ୍ରସାଦ ରଥ, ପ୍ରଦୀପ୍ତ କୁମାର ମିଶ୍ର ପୂଜକ ଭାବେ କାର୍ଯ୍ୟ ସଂପାଦନ କରିଥିଲେ । ଉନ୍ନୟନ ପରିଷଦ ପକ୍ଷରୁ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ଜେନା, ଅବସରପ୍ରାପ୍ତ ସେନା କର୍ମଚାରୀ ନୟନ ବଲ୍ଲଭ ନାୟକ, ଗୋଲକ ବିହାରୀ ସାହୁ, ନିତ୍ୟାନନ୍ଦ ଗିରି, ପ୍ରଶାନ୍ତ ସିଂହ, ଉମାକାନ୍ତ ଜେନା, ଉତମ ଚରଣ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ସୂଚନାଯୋଗ୍ୟ ଏହି ଗଦାଧର ପୀଠରେ ଅଧିଷ୍ଠାତ୍ରୀ ଦେବୀ କାପଡଚଣ୍ଡୀଙ୍କ ସହିତ ପଂଚମୁଖୀ ହନୁମାନ, ଶ୍ରୀ ଜଗନ୍ନାଥ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ସନ୍ତୋଷୀ ମନ୍ଦିର ରହିଅଛି । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *